କାର୍ଯ୍ୟରତ କନକ ଟିଭି ପ୍ରତିନିଧିଙ୍କୁ ଆନ୍ଧ୍ର ପୋଲିସର ମାତ୍ରାଧିକ ଦୁର୍ବ୍ୟବହାରକୁ ନେଇ ଓଡିଶାରେ ଏତଲା ସମ୍ପୃକ୍ତ ଅଧିକାରୀଙ୍କୁ ଗିରଫ ପାଇଁ ଗଜପତି ସାମ୍ବାଦିକଙ୍କ ଦାବି ।

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର କନକ ଟିଭି ପ୍ରତିନିଧି ସୀତାନାଥ ପଣ୍ଡା(୫୨)ଙ୍କୁ ଆନ୍ଧ୍ର ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ମାତ୍ରାଧିକ ଦୁର୍ବ୍ୟବହାର ଅଭିଯୋଗରେ ଗଜପତି ଜିଲ୍ଲାର ଗାରବନ୍ଧ ଥାନାରେ ଏକ ମକଦ୍ଦମା ଦାୟର ହୋଇଛି । ଏନେଇ ଗଜପତି ଜିଲ୍ଲାସ୍ତରୀୟ ସମସ୍ତ ସାମ୍ବାଦିକମାନେ ଉଦ୍‌ବେଗ ପ୍ରକାଶ କରିବା ସହ ସମ୍ପୃକ୍ତ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଗିରଫ ପାଇଁ ଦାବି କରିଛନ୍ତି । ଘଟଣାରୁ ପ୍ରକାଶ, ଗତକାଲି ଶନିବାର ଦିନ ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଖବର ସଂଗ୍ରହ କରିବାପାଇଁ ଗଜପତି ଜିଲ୍ଲା କନକ ଟିଭି ପ୍ରତିନିଧି ସୀତ।।ନାଥ ପଣ୍ଡା ଯାଇଥିଲେ । ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତ ଓ ଆନ୍ଧ୍ରର ସାବା ପଞ୍ଚାୟତ ସୀମାନ୍ତରେ ମୋବାଇଲ ଯୋଗେ ସେ ଭିଜୁଆଲ ଉଠାଇବା ବେଳେ ଆନ୍ଧ୍ରର କିଛି ପୋଲିସ କର୍ମଚାରୀ, ମଞୁଷା ମଣ୍ଡଳ ରେଭେନ୍ୟୁ ଅଫିସର ହଠାତ ତାଙ୍କ ପାଖରେ ପହଞ୍ôଚ ତାଙ୍କୁ ନାନା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତୁମେ ଏଠାରେ ଇଲେକ୍ସନ ସମୟରେ କିପରି ସାମ୍ବାଦିକତା କରୁଛ ବୋଲି ତାଙ୍କ ମୋବାଇଲ ଛଡାଇବା ସହ ତାଙ୍କୁ ଚାରିପଟେ ଘେରି ମାତ୍ରାଧିକ ଭାବେ ଦୁର୍ବ୍ୟବହାର ଦେଇଥିବା ସେ ଗାରାବନ୍ଧ ଥାନାରେ ଅଭିଯୋଗ କରିଛନ୍ତି । କନକ ଟିଭି ପ୍ରତିନିଧି ଶ୍ରୀ ପଣ୍ଡା ଆହୁରି ଦର୍ଶାଇଛନ୍ତି ଯେ, ଆନ୍ଧ୍ର ପୋଲିସମାନେ ତାଙ୍କ ମୋବାଇଲକୁ ଛଡାଇ ନେଇ ସଂଗୃହୀତ ଖବରକୁ ଡିଲିଟ କରି ତୁରନ୍ତ ଚାଲିଯିବାକୁ ଚେତାବନୀ ଦେଇଥିଲେ । ଯଦି ନ ଯିବ ତେବେ ତମକୁ କେହି ରକ୍ଷା କରିପାରିବେ ନାହିଁ ବୋଲି ମଧ୍ୟ ଧମକ ଦେଇଥିଲେ । ଏହାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିବା ସହ ଆଇନ ଅନୁଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସେ ଏହି ଏତଲାରେ ନିବେଦନ କରିଛନ୍ତି । ଏନେଇ ଗାରବନ୍ଧ ଥାନାରେ ୧୫/୨୧ରେ ଏକ ମାମଲା ରୁଜୁ ହୋଇଥିବାର ଥାନା ସୂତ୍ରରୁ ପ୍ରକାଶ । ଏହି ଘଟଣା ନେଇ ଗଜପତି ଜିଲ୍ଲାର ଜିଲ୍ଲାସ୍ତରୀ ସମସ୍ତ ସାମ୍ବାଦିକ ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତିି । ବରିଷ୍ଠ ସାମ୍ବାଦିକ ଗରୁଡଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ଦ୍ୱିଜେନ୍ଦ୍ର ନାଥ ପାଢୀ, ଦେବାଷିଶ ପାଢୀ, ବିଧାନ ଚୌଧୁରୀ, ରଂଶ୍ମିରଂଜନ ମିଶ୍ର, ଶିଶିର କୁମାର ଗୌଡ, ଭଗବତ ପାଢୀ, ରୁପେସ ସାହୁ, ବାସୁଦେବ ଦାସ, ଆଦର୍ଶ ଦାସ, ରାମଗୋବିନ୍ଦ ଆଚାର୍ଯ୍ୟ, ବସନ୍ତ କୁମାର ପଣ୍ଡା, ଶ୍ରୀକାନ୍ତ ମହାରଣା, ବିବେକାନନ୍ଦ ବେହେରା, କୃଷ୍ଣକୁମାର ବେହେରା, ବାଳକୃଷ୍ଣ ପାଣିଗ୍ରାହୀ, ପିଣ୍ଟୁ ପଟ୍ଟଯୋଶୀ, ପ୍ରଭାତ ପାତ୍ର, ବୀରକିଶୋର ପଟ୍ଟନାୟକ ପ୍ରମୁଖ ଦାବୀ କରିଛନ୍ତି ଯେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏପରି ଆଶାଳୀନ ଦୁର୍ବ୍ୟବହାର, ଧମକ ଦେବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ । ତେଣୁ ଏଭଳି ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ବିରୁଦଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ