ଖୋଲିଲା ଡ୍ରାଇଭିଙ୍ଗ ଲାଇସେନ୍ସ ଶିବିର
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଡ୍ରାଇଭିଂ ଲାଇସେନ୍ସ ପାଇଁ ଛତ୍ରପୁର ଆଞ୍ଚଳିକ ପରିବହନ କାର୍ୟ୍ୟାଳୟଠାରେ ଜନସାଧାରଣଙ୍କର ଭିଡକୁ ଦୃଷ୍ଟି ଆଗରେ ରଖି ଦିଗପହଣ୍ଡି ଓ ବ୍ରହ୍ମପୁର ଠାରେ ସ୍ୱତନ୍ତ୍ର ଆୟୋଜନ କରିବାପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି ।ଛତ୍ରପୁର ସ୍ଥିତ ସରକାରୀ ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟରେ ଅକ୍ଟୋବର ୧୮ ଠାରୁ ୨୦ ତାରିଖ ପର୍ୟ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ଶିବିର ଆୟୋଜିତ ହେବ । ୧୮ ତାରିଖ ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟ ସମେତ ବ୍ରହ୍ମପୁରର ସମସ୍ତ ମହିଳା ମହାବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବାବେଳେ ୧୯ ଓ ୨୦ ତାରିଖ ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ହେବ । ସେହିପରି ଦିଗପହଣ୍ଡି ଠାରେଏହା ଆସନ୍ତା ୨୩ରୁ ୨୫ ତାରିଖ ପର୍ୟ୍ୟନ୍ତ ଆୟୋଜିତ ହେବ ।


