ପରିବେଶକର୍ମୀ ଦିଶା ରବିଙ୍କର ଅନ୍ୟାୟ ଓ ଅଗଣତାନ୍ତ୍ରିକ ଗିର‘ଦାରୀକୁ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର ନିନ୍ଦା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ (ଏ.ଆଇ.ଏମ୍.ଏସ୍.ଏସ୍)ର ସାଧାରଣ ସମ୍ପାଦିକା କମ୍ରେଡ ଛବି ମହାନ୍ତି ଏକ ପ୍ରେସ୍ ବିବୃତ୍ତି ଜରିଆରେ ୨୧ବର୍ଷିୟା ପରିବେଶ କର୍ମୀ ଦିଶା ରବିଙ୍କ ଅନ୍ୟାୟ ଓ ଅଗଣତାନ୍ତ୍ରିକ ଗିର‘ଦାରୀକୁ ଦୃଢ଼ ନିନ୍ଦା କରିଛନ୍ତି । ଦିଲ୍ଲୀରେ ଚାଲିଥିବା ନ୍ୟାୟ ସଙ୍ଗତ ଐତିହାସିକ କୃଷକ ଆନ୍ଦୋଳନକୁ ସେ ସମର୍ଥନ କରୁଥିବାରୁ ଦିଲ୍ଲୀ ପୋଲିସ ତାଙ୍କୁ ବାଙ୍ଗାଲୋରରୁ ଗିର‘ କରିଛି । ଖାଦ୍ୟ ଉପରେ ନିର୍ଭର କରି ବଞ୍ଚୁଥିବା ପ୍ରତ୍ୟେକଟି ମଣିଷର ନୈତିକ ଦାୟିତ୍ୱ ହେଉଛି ଉକ୍ତ ନ୍ୟାୟ ସଙ୍ଗତ ଆନ୍ଦୋଳନକୁ ସମର୍ଥନ କରିବା । ଏହି ଆନ୍ଦୋଳନକୁ ବିଶ୍ୱର ବିଭିନ୍ନ ଦେଶରୁ ମ୍ମ ଅକୁଣ୍ଠ ସମର୍ଥନ ମିଳୁଛି । ଅଥଚ କେନ୍ଦ୍ର ବିଜେପି ସରକାର ଗଢ଼ି ଉଠୁଥିବା ବ୍ୟାପକ ଓ ଶକ୍ତିଶାଳୀ ଆନ୍ଦୋଳନ ଭୟରେ ଜନଦରଦୀ ଓ ଆନ୍ଦୋଳନ ସପକ୍ଷବାଦୀ ସାମ୍ବାଦିକ, ଛାତ୍ର, ସାମାଜିକ କର୍ମୀ, ମାନବାଧିକାର କର୍ମୀ, ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଲଗାତର ଭାବେ ପୋଲିସ କାର୍ଯ୍ୟାନୁଷ୍ଠାନ ଓ ସାଇବର ଆକ୍ରମଣ ଚଳାଇ ଆସୁଛି ଯାହାକି ହେଉଛି ବାସ୍ତବରେ ନାଗରିକର ମୌଳିକ ଅଧିକାର ଉପରେ ଆକ୍ରମଣ । ଏଣୁ ଏହା ବିରୁଦ୍ଧରେ ରାଜ୍ୟର ସମସ୍ତ ମହିଳା ଓ ଶୁଭବୁଦ୍ଧି ସମ୍ପନ୍ନ ଜନଗଣ ଆଗେଇ ଆସିବା ପାଇଁ ସଂଗଠନର ରାଜ୍ୟ ସଭାନେତ୍ରୀ ବିଣାପାଣୀ ଦାସ, ସମ୍ପାଦିକା ସ୍ୱୟଂପ୍ରଭା ନାୟକ, ଜିଲ୍ଲା ସଭାନେତ୍ରୀ ହୀରାମଣି ରାଉତ, ଏଲିନା ସାମନ୍ତରାୟ, ସରୋଜିନୀ ପ୍ରଧାନ, ଜୟନ୍ତୀ ଜେନା, ବ୍ରଜବାଳା ନାୟକ ନିବେଦନ କରିବା ସହିତ ଅବିଳମ୍ବେ ଦିଶାଙ୍କୁ ଖଲାସ କରିବା ଓ ୩ଟି କଳା କୃଷି ଆଇନ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଏ.ଆଇ.ଏମ୍.ଏସ୍.ଏସ୍ ଦୃଢ଼ ଦାବି ଉପସ୍ଥାପନ କରୁଛି ।


