ଫକିରାବାଦ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବୀତରଣ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଇଛାପୁର ଆଚଂଳିକ ସାଧନକେନ୍ଦ୍ର ଅଧିନସ୍ଥ ଫକିରାବାଦ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ୧୦୪ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ, ଜୋତା ଓ ମୋଜା ବଂଟନ କରାଯାଇଛି । ଏହି ଉପଲକ୍ଷେ କୋଭିଡ ନିୟମ ଅନୁପାଳନ ପୂର୍ବକ ବିଦ୍ୟାଳୟର ସଭାପତି ସୟଦ ଫଜଲେ ରହେମନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଛାତ୍ରାଭିଭାବକମାନଙ୍କୁ ସେମାନଙ୍କ ପିଲାଙ୍କ ପାଇଁ ପୋଷାକ, ଜୋତା ଓ ମୋଜା ପ୍ରଭୃତି ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଅତିଥି ଭାବରେ ବି.ଆର.ସି.ସି. ସୁବାଷ ଚନ୍ଦ୍ର ବିଶ୍ୱାଳ, ସି.ଆର.ସି.ସି. ବିଭୁ ପ୍ରସାଦ ନାୟକ ଓ ନୋଡାଲ ପ୍ରଧାନ ଶିକ୍ଷକ ବଳଦେବ ପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ସଂଯୋଗ ମାଧ୍ୟମରେ ଶିକ୍ଷାଦାନ ଏବଂ ଗୁଣାତ୍ମକ ଶିକ୍ଷାର ସଫଳତା କାମନା କରିଥିଲେ । ଶିକ୍ଷକ ସେକ ମନସୁର ଅଲ୍ଲୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ କରାଯାଇଥିଲା । ସମୀନା ଜେନା, ଗାଙ୍ଗେୟ ବିଶ୍ୱାଳ, ସେଖ ସାମସୁଦ୍ଦିନ ଓ ମୀର ରଫିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


