କେନ୍ଦ୍ରାପଡାରେ ମେଡିକାଲ କଲେଜ ହସପିଟାଲ ଅପରିହାର୍ଯ୍ୟ- ଜିଲ୍ଲା କଂଗ୍ରେସ ଓବିସି ସେଲ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାରେ ଏକ ମେଡିକାଲ କଲେଜ ହସପିଟାଲ ଅପରିହାର୍ଯ୍ୟ ବୋଲି ଜିଲ୍ଲା କଂଗ୍ରେସ ଓବିସି ସେଲ ପକ୍ଷରୁ କେନ୍ଦ୍ରାପଡା ସହରର କଜଳାସ୍ଥିତ କଂଗ୍ରେସ ଭବନ ପରିସରରେ ଜିଲ୍ଲା କଂଗ୍ରେସ ଓବିସି ସେଲର ଅଧ୍ୟକ୍ଷ ଆଇନଜୀବି ବିଧୁଭୂଷଣ ମହାପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟ କଂଗ୍ରେସ ଓବିସି ସେଲର ଅଧ୍ୟକ୍ଷ ବିଷ୍ଣୁ ଚରଣ ବାରିକ, ଉପାଧ୍ୟକ୍ଷ ଫକିର ଚରଣ ଖଟୁଆ ଓ ଅଭିଷେକ ରାଉତ ପ୍ରମୁଖ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ଏହି ଦାବିକୁ ସମର୍ଥନ କରିଛନ୍ତି । ବୈଠକରେ କଂଗ୍ରେସର ସଂଗଠନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଆସନ୍ତା ୨୫ତାରିଖରେ ଭୂବନେଶ୍ୱରରେ ଅନୁଷ୍ଠିତ କଂଗ୍ରେସର ଓ.ବି.ସି. ସମ୍ମିଳନୀରେ ଜିଲ୍ଲାରୁ ୩୦ଜଣ ସଦସ୍ୟ ଯୋଗଦେବେ ବୋଲି ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ମହାପାତ୍ର ପ୍ରତିଶୃତି ଦେଇଥିଲେ । କେନ୍ଦ୍ରାପଡାରେ ମେଡିକାଲ କଲେଜ ହସପିଟାଲ ପ୍ରତିଷ୍ଠା ଦିଗରେ ସରକାର ଟାଳଟୁଳ ନୀତି ଅବଲମ୍ବନ କଲେ କଂଗ୍ରେସ ଓବିସି ସେଲ ପକ୍ଷରୁ ଏଥିପାଇଁ ଆନ୍ଦୋଳନନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ରାଜ୍ୟ ଓବିସି ଅଧ୍ୟକ୍ଷ ଶ୍ରୀ ବାରିକ ନିଜ ବକ୍ତବ୍ୟକୁ ଦୋହରାଇଥିଲେ । ଏହି ବୈଠକରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ପୂର୍ବତନ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ସନ୍ତୋଷ କୁମାର ବେହେରା, ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ