ଅଗ୍ନିକାଣ୍ଡରେ ଜଳିଗଲା ୨ବଖରା ଘର; ସର୍ବଶାନ୍ତ ହୋଇଗଲେ ପରିବାର

ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଜଳିପୋଡି ପାଉଁଶ ହୋଇଗଲା ଘର । ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅଧିନ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଆଠଟି ଛେଳି ପୋଡିଯାଇଥିବାର ସୂଚନା ମିଳିଛି। ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବନ୍ଧଟିଆ ଗ୍ରାମର ରାମ ରାଉତଙ୍କ ଘରୁ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁଟି  ଅନ୍ୟ ଘରକୁ ବ୍ୟାପିଯାଇଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ସହ ଧାମନଗର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ନିଆଁ ଲାଗିବା ଦ୍ୱାରା ଘରେ ଥିବା ଧାନ ଓ ଅନ୍ୟାନ୍ୟ ଆସବାବପତ୍ର ଜଳିଯାଇଛି । ତେବେ ଗୁହାଳ ଭିତରେ ଥିବା ୮ଟି ଛେଳି ମଧ୍ୟ ଜୀବନ୍ତ ଜଳି ଯାଇଥିବାବେଳେ ଆଉକିଛି ଛେଳି ଆହତ ହୋଇଥିବା ସୂଚନା ମିଳିଛି । ଉକ୍ତ ଛେଳି ମାନକୁ ଧାମନଗର ପ୍ରାଣୀ ଚିକିତ୍ସକ ଆସି ଚିକତ୍ସା କରିଛନ୍ତି।ତେବେ ନିଆଁ କେମିତି ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ