ହୁ ହୁ ହୋଇ ଜଳି ଗଲା ୬ ବଖରା ଘର

ଶେରଗଡ଼, (ବିଭୁ ପ୍ରସାଦ ଦାସ): ଶେରଗଡ ବ୍ଲକ ଅନ୍ତର୍ଗତ ତାକରଡ଼ା ଗ୍ରାମ ପଞ୍ଚାୟତ ର ଭୁଷୁଣ୍ଡା ଗ୍ରାମ ରେ ଆଜି ୧୧.୩୦ ମିନିଟ ସମୟରେ କୌଣସି କାରଣ ବସତ ଗ୍ରାମ ର ସହଦେବ ସ୍ୱାଇଁ, ଗୋପାଳ ସ୍ୱାଇଁ, ଲିଙ୍ଗା ସ୍ୱାଇଁ, ମୁରଲୀ ସ୍ୱାଇଁ, ମଙ୍ଗୁଲୁ ସ୍ୱାଇଁ, ଲିଙ୍ଗା ସ୍ୱାଇଁ, ଙ୍କ ଘରେ ନିଆଁ ଲାଗି ହୁ ହୁ ହୋଇ ଜଳିଗଲା ୬ ବଖରା ଘର ଓ ଦୁଇଟି ଗୁହାଳ ସହ ନିଆଁ ରେ ଗୋଟିଏ ବାଇକ, ଦୁଇଟି ସାଇକେଲ ଦୁଇଟି ଶଗଡ଼, ଦଶ ଗୋଟି ଧାନ ବସ୍ତା, ଚାଉଳ ସହ, ବିଭନ୍ନ ପ୍ରକାର ରୋଷେଇ ସାରଞ୍ଜାମ ଓ ବହୁତ ନିତ୍ୟ ବ୍ୟବହାର ଖଦି ପଟା ନିଆଁ ରେ ଲୀନ ହୋଇଥିଲା ।ଖବର ପାଇ ଶେରଗଡ ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇଟି ଦମକଳ ଗାଡ଼ି ଆସି ନିଆଁ କୁ ଆୟତ କରିଥିଲେ। କ୍ଷୟ କ୍ଷତି ଆକଳନ କରିବା ସହ କ୍ଷତି ପୂରଣ ଦେବା ପାଇଁ ବ୍ଲକ ପ୍ରଶାସନ ଙ୍କୁ ଗୁହାରୀ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ