ନିର୍ମାଣ ଶ୍ରମିକଙ୍କ ପ୍ରତି ଅବହେଳା
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ପଦରେ ସୁବାସ ସିଂହଙ୍କୁ ପୁନର୍ବାର ନିଯୁକ୍ତି ଦେବା ଏବଂ ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିବା ଏକ ଆନନ୍ଦର ବିଷୟ । ମାତ୍ର ଆଜି ରାଜ୍ୟର ନିର୍ମାଣ ଶ୍ରମିକଙ୍କ ଅବସ୍ଥା ସମ୍ପର୍କରେ ମଧ୍ୟ ଚିନ୍ତା କରିବାର ସମୟ ଆସିଛି । କେବଳ ଏତିକି ନୁହେଁ ବହୁ ଶ୍ରମିକ ଯେଉଁମାନେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି ତାଙ୍କୁ ସରକାର ମାନ୍ୟତା ଦେଇ ପାରୁନାହାନ୍ତି । ସରକାରଙ୍କ ପ୍ରଦତ୍ତ ବହୁ ସାହାଯ୍ୟ, ସୁବିଧାରୁ ବଞ୍ଚିତ ହେଉଛନ୍ତି ନିର୍ମାଣ ଶ୍ରମିକମାନେ । ଏପରି ଗୁରୁତ୍ୱର ଅଭିଯୋଗ କରିଛନ୍ତି ବାଲେଶ୍ୱର ନିର୍ମାଣ ମଜଦୁର ସଭାର ସାଧାରଣ ସଂପାଦକ ପିତାମ୍ବର ମାଝୀ । ସେ ଆହୁରି ମଧ୍ୟ କହିଛନ୍ତି କେବଳ ବାଲେଶ୍ୱର ଜିଲାରେ ପଞ୍ଜିକୃତ ଅପେକ୍ଷାରେ ବହୁ ୧୬/୧୭ ମସିହାରୁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ପଞ୍ଜିକୃତ କରାଯାଉନାହିଁ । ଏ ଦିଗରେ ଯଦି ସରକାର ସହାୟତା ଦେବାରେ ଯତ୍ନଶୀଳ ହୋଇପାରନ୍ତି ତା’ହେଲେ ଶ୍ରମିକମାନଙ୍କ ଉନ୍ନତି ସାଧନ ହୁଅନ୍ତା ।