ବିଶ୍ୱ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ

ବାଲେଶ୍ୱର (ସରାେଜ ପଣ୍ଡା): ମଙ୍ଗଳବାର ଦିନ ଦି ୱେଲଫୟାର ଅନୁଷ୍ଠାନ ଆନୁକୂଲ୍ୟରେ ବିଶ୍ୱ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ ହୋଇଯାଇଅଛି।ଅନୁଷ୍ଠାନର ନିର୍ଦ୍ଧେଶକ ଶ୍ରୀଯୁକ୍ତ ଦିବାକର ସ ଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ ପରେପରେ ମସ୍ତିଷ୍କ ପକ୍ଷାଘାତ ବିଦ୍ୟାଳୟର ଶିକ୍ଷକ ଶ୍ରୀ ସୌମ୍ୟରଂଜନ ସେନାପତି ପାରମ୍ଭିକ ଅଭିଭାଷଣରେ ମସ୍ତିଷ୍କ ପକ୍ଷାଘାତ ଶିଶୁ ମାନଙ୍କର ଯତ୍ନ ଓ ଏହିଭଳି ପିଲା ଜନ୍ମ ହେବାର କାରଣ ବିଷୟରେ ଆଲୋକପାତ କରିଥିଲେ। ପରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ନିଜ ନିଜର ବକ୍ତବ୍ୟରେ ଏହି ଭଳି ଶିଶୁମାନେ କିପରି ସମାଜରେ ବଞ୍ଚିବେ କି ଉପାୟରେ ସେମାନଙ୍କର ମସ୍ତିଷ୍କର ବିକାଶ ଘଟିବ ନିଜ ନିଜ ଅଭିଭାଷଣ ବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଛାତ୍ରୀ ଶୁଭଲଷ୍ମୀ ମହାପାତ୍ରଙ୍କ ମା ଶ୍ରୀମତୀ ବନ୍ଦିତା ମହାପାତ୍ର କିପରି ନିଜେ ପରିଶ୍ରମ କରି ତାଙ୍କ ଝିଅର ମସ୍ତିଷ୍କର କିପରି ବିକାଶ ଘଟିଛି ସେ ଅନୁଭୂତିକୁ ପ୍ରକାଶ କରିଥିଲେ। ପରେ ଅନୁଷ୍ଠାନର ନିର୍ଦ୍ଧେଶକ ଶ୍ରୀଯୁକ୍ତ ସ ଏହିଭଳି ଶିଶୁ ମାନଙ୍କ ଠାରେ ପ୍ରାୟତଃ ଚାଲିଚଳନ, ହାତ ଥରିବା, ଇତଃସ୍ତତଃ ଚଳନ ଦେଖାଯାଏ। କଣ କରିବା ଦ୍ୱାରା ବିକାଶ ହେଇ ପାରିବ ତାହା କହିଥଲେ। ଶେଷରେ ଶିକ୍ଷୟତ୍ରୀ ଶ୍ରୀମତୀ ବାସନ୍ତୀ ସିଂ ଧନ୍ୟବାଦ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ