ଆଇଓସିଏଲ୍ ପାରାଦୀପ ରିଫାଇନାରୀକୁ ପିଆର୍ଏସ୍ଆଇ ଜାତୀୟ ପୁରସ୍କାର
ପାରାଦୀପ, (ପୀତବାସ ପ୍ରଧାନ) : ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡ୍(ଆଇଓସିଏଲ୍)ର ପାରାଦୀପ ରିଫାଇନାରୀକୁ କୋଭିଡ୍-୧୯ ପରିସ୍ଥିତିରେ ଶିଳ୍ପ ଦାୟିତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ(ପିଆର୍ଏସ୍ଆଇ) ଜାତୀୟ ସମ୍ମାନ-୨୦୨୦ ପ୍ରଦାନ କରାଯାଇଛି । ଗତ ଫେବୃଆରୀ ୨୧ତାରିଖରେ ଆୟୋଜିତ ପୁରସ୍କାର ବିତରର ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ ନିଶାଙ୍କ, ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ, ଆନ୍ତର୍ଜ୍ୟାତୀୟ ପିଆର୍ଏସ୍ଆଇ ସଂଘ ସଭାପତି ପି.ବୋର ମାନସ୍ ଓ ଜାତୀୟ ସଭାପତି ଡଃ ଅଜିତ୍ ପାଠକଙ୍କ ଉପସ୍ଥିତି ପାରାଦୀପ ରିଫାଇନାରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ଟି.ଡି.ଭି.ଏସ୍ ଗୋପାଳ କୃଷ୍ଣ ଏହି ପୁରସ୍କାର ଗ୍ରହଣ କରିଥିଲେ । ସୁଚନା ଥାଉକି, ପିଆର୍ଏସ୍ଆଇ ଜାତୀୟ ପୁରସ୍କାର ହେଉଛି ଜନ ସମ୍ପର୍କ ଏବଂ ଯୋଗାଯୋଗ ପରିଚାଳନା କ୍ଷେତ୍ରରେ ମନ୍ୟତା ପ୍ରାପ୍ତ ସଫଳତାର ଏକ ସ୍ୱୀକୃତି ।


