ପ୍ରଧାନ ଆବାସ ଯୋଜନାରେ ଲାଂଚ ନେଇଥିବା ନେଇ ବିଡିଓଙ୍କ ପାଖରେ ଅଭିଯୋଗ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଳକର ୩୯ଟି ପଚାଂୟତ ମଧ୍ୟରୁ ନୁତନ ପଚାଂୟତ ଖଣିରେ ଦିନକୁ ଦିନ ସମସ୍ୟା ବିଗିଡିବାରେ ଲାଗିଛି । ଆଗରୁ ୱାର୍ଡ ମେମ୍ବର ଓ ନ୍ୟାୟବ ସରପଚଂ ପିଇଓ ପ୍ରଭାକର ପ୍ରଧାନଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । କିନ୍ତୁ ବର୍ତମାନ ସୁଦ୍ଧା ପିଇଓ ପ୍ରଧାନଙ୍କ ଅନ୍ୟ ସ୍ଥାନକୁ ବଦଳି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଯାଏଁ ପିଇଓ ପ୍ରଧାନ ଦାତିତ୍ୱ ଦେଉନାହାନ୍ତି ଯାହାରି ଫଳରେ ଦିନକୁ ଦିନ ପିଇଓଙ୍କ ବରୋଧରେ ଅନେକ ଅଭେିଯାଗ ଆସୁଛି । କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ନିର୍ମାଣ ପାଇଁ ମାଗଣାରେ ଯୋଗାଉଛନ୍ତି ଘର ଏପରିକି ତୁରନ୍ତ ଯେଉଁ ବ୍ୟକ୍ତି ଘର ନିର୍ମାଣ ସମ୍ପୁର୍ଣ୍ଣ କରିବେ ସେହି ବ୍ୟକ୍ତି ପୁରଷ୍କାର ମଧ୍ୟ ୧୦ ହଜାର ଟଙ୍କା ରଖିଛନ୍ତି । ହେଲେ ବଡଖଣି ପଚାଂୟତର ସାନଖଣି ଗ୍ରାମର ଜଳେନ୍ଦ୍ର ମଳିକ ଅଳ୍ପ ଦିନ ମଧ୍ୟରେ ଘରକାମ ସମ୍ପୁର୍ଣ୍ଣ କରିଛନ୍ତି । ଯାହାରି ଫଳରେ ସେ ସରକାର ତରଫରୁ ପୁରଷ୍କୃତ ହେବା ପାଇଁ ଚୟନ ହୋଇଥିଲେ । ପିଇଓ ପ୍ରଧାନ ତାଙ୍କୁ ୧୦ ହଜାର ଟଙ୍କା ପୁରଷ୍କାର ୨୫ ଶହ ଟଙ୍କା ଲାଚଂ ମାଗି ନେଇଥିବା ଅଭିଯେଗା କରିଛନ୍ତି ମହିଳା ଜଣକ । ୨୫ ଶହ ଟଙ୍କା ନେବା ବାଦେ ମଧ୍ୟ ଆଜି ପର୍ଯ୍ୟନ୍ତ ଯାଏଁ ତାଙ୍କୁ ପୁରଷ୍କାର ଟଙ୍କା ଦେଇ ପାରିନାହାନ୍ତି ଏ ନେଇ ମୋହନା ଗୋଷ୍ଠି ଉନ୍ନୟନ ଅଧିକାରୀ ବଂଶିଧର ଖୋସଲାଙ୍କୁ ମହିଳା ଜଣକ ଏକ ଲିଖିତ ଅଭିଯୋଗ ଜଣାଇଛନ୍ତି । ଏହି ବିଷୟରେ ମତାମତ ନେବା ପାଇଁ ପିଇଓ ପ୍ରଧାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନଥିଲା । ତେବେ ଏଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଜୁ ପକ୍କାଘର ଦେବା ନାମରେ ଟଙ୍କା ହଡପ କରୁଥିବା ପିଇଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଜିଲ୍ଲାପାଳ ତାହା ଦେଖିବାକୁ ରହିଲା ବାକି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ