ଜଙ୍ଗଲରୁ ଦୁଇ ଗଳିତ ଶବ ଉଦ୍ଧାର ଘଟଣା ଗଞ୍ଜାମ ଏସ୍.ପିଙ୍କ ଘଟଣାସ୍ଥଳ ପରିଦର୍ଶନ
ଗାଙ୍ଗପୁର, (ସନ୍ତୋଷ କୁମାର ବିଷୋୟୀ):ଗତ କାଲି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ମାଆ ବୁଢାକେନ୍ଦୁ ମନ୍ଦିର ନିକଟ ଜଙ୍ଗଲରୁ ଦୁଇ ଗଳିତ ଶବ ଉଦ୍ଧାର ହେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃ୍ଷ୍ଟି କରିଥିବା ବେଳେ ଘଟଣାର ଅଧିକ ଅନୁସନ୍ଧାନ ପାଇଁ ଆଜି ଗଞ୍ଜାମ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ଓ ଶ୍ରୀ ରାୟଙ୍କ ନେତୃତ୍ୱରେ ଆଜି ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ବିଜୟ ମଲ୍ଲିକ୍,ଆସ୍କା ଏସଡିପିଓ ସୂର୍ୟ୍ୟମଣି ପ୍ରଧାନ, ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ସୋରଡ଼ା ଥାନା ଅଧିକାରୀ ରମେଶ ପ୍ରଧାନ ଏବଂ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଶବକୁ ଉଦ୍ଧାର କରି ଅଧିକ ପରୀକ୍ଷା ପାଇଁ ବ୍ରହ୍ମପୁର ନୀତି ତାତ୍ତ୍ୱିକ ବିଷ ବିଜ୍ଞାନ କେନ୍ଦ୍ରକୁ ପଠାଇଦେଇଛନ୍ତି ଓ ଆଜି ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାୟଙ୍କ ଟିମ୍ ସହିତ ଅନୁସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନ୍ ଭିନ୍ କରିଥିଲେ ଓ ଏହି ସମୟରେ ଅନୁସନ୍ଧାନୀ ଟିମ୍ କୁ ଘଟଣା ସ୍ଥଳରୁ ଏକ ଦରପୋଡ଼ା ମୋବାଇଲ୍ ମିଳିଛି, ଯାହା ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ରାୟ ପ୍ରକାଶ କରିଛନ୍ତି ଓ ବର୍ତ୍ତମାନ ସୁଦ୍ଧା ଶବ ଦୁଇଟିର ପରିଚୟ ମିଳିନଥିବା ସହ ଏହା ହତ୍ୟା କି ଆତ୍ମହତ୍ୟା ତାହା ମଧ୍ୟ ସନ୍ଦେହ ଘେରରେ ରହିଛି ଓ ଫରେନ୍ସିକ୍ ଲାବ୍ ରୁ ଡ଼ିଏନ୍ଏ ରିପୋର୍ଟ୍ ଆସିବା ପରେ ହିଁ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ଅନୁସନ୍ଧାନୀ ଟିମ୍ ପ୍ରକାଶ କରିଛନ୍ତି


