ପ୍ରିନ୍ସିପାଲଙ୍କ ବଦଳି ଆଦେଶ ବାତିଲ ଦାବିରେ ଅଞ୍ଚଳବାସୀଙ୍କ ବିକ୍ଷୋଭ

ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା): ପ୍ରିନ୍ସିପାଲଙ୍କ ବଦଳି ଆଦେଶକୁ ବିରୁଦ୍ଧ କରି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବାସ୍ଥିତ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସମ୍ମୁଖରେ ଅଞ୍ଚଳବାସୀ ବିକ୍ଷୋଭ ପ୍ରଦଶନ କରିଛନ୍ତି। ଏହି ଅନୁଷ୍ଠାନର ଦାୟିତ୍ୱବାନ ପ୍ରିନ୍ସପାଲ ପ୍ରକାଶ ଚନ୍ଦ୍ର ମଲ୍ଲିକଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଅଚାନକ ଅନ୍ୟତ୍ର ବଦଳି କରାଯିବା ସହ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଧ୍ୟକ୍ଷଙ୍କୁ ନିଯୁକ୍ତ କରାଯିବା ପ୍ରତିବାଦରେ ଅଭିଭାବକଙ୍କ ସମେତ ବିଭିନ୍ନ ଗ୍ରାମର ମହିଳା ଓ ପୁରୁଷମାନେ କଲେଜ ସମ୍ମୁଖରେ ଏକତ୍ରିତ ହୋଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦଶନ କରିଥିଲେ। ଅଞ୍ଚଳବାସୀ ଏହି ବଦଳିକୁ ବାତିଲ କରି କହିଛନ୍ତି ପ୍ରିନ୍ସପାଲ ଶ୍ରୀ ମଲ୍ଲିକଙ୍କ ଦ୍ୱାରା କଲେଜରେ ଶୃଙ୍ଖଳାର ସହ ପାଠପଢ଼ା ଯିବା ସହ କଲେଜର ଶିକ୍ଷାର ମାନ ଯଥେଷ୍ଟ ବୃଦ୍ଧି ପାଇଥିଲା. ଏଥିସହ ତାଙ୍କ ଅମଳରେ ବହୁ ବିକାଶମୂଳକ କାର୍ଯ୍ୟ କଲେଜରେ ହୋଇଥିଲା. ତେଣୁ ତାଙ୍କ ବଦଳିକୁ ବାତିଲ କରି ପୂର୍ବବତ୍ ତାଙ୍କୁ କଲେଜରେ ରଖିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ