କୋଲକତାରୁ ମୁଖ୍ୟ ଆଇପିଏଲ ବୁକି ଦିନେଶ କୁ ଆଣିଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର, (ଅନିଲ କୁମାର ମହାରଣା) : ବ୍ରହ୍ମପୁର ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା। ଆଇପିଏଲ ର ମୁଖ୍ୟ ବୁକି ଦିନେଶ କୁମାରଙ୍କୁ କୋଲକତାରୁ ଉଠାଇ ଆଣିଥିବା ବେଳେ ନଗଦ ଓ ବ୍ୟାଙ୍କ ଆକାଉଣ୍ଟ ମିଶାଇ ବହୁ କୋଟି ଟଙ୍କା ଜବତ କରାଯାଇଥିବା ଏକ ପ୍ରେସମିଟରେ ପ୍ରକାଶ କରିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର। ପୂର୍ବରୁ ବୁକି ଆର.ଲାଲି ଆଚାରୀ, କେ.ପ୍ରଶାନ୍ତ କୁମାର ସୁବୁଦ୍ଧି, ବିଶାଲ ଅଗ୍ରୱାଲ ଓ ଅଜୟ ପଣ୍ଡା ଏବଂ ବିକ୍ରେତା ଅଜିତ କୁମାର ବରାଡ଼ ଓରଫ ବାଦଲ କୁ ଗୋସାଣିନୂଆଗାଁ ପୋଲିସ ଗିରଫ କରିଥିଲେ। ଗୋସାଣିନୂଆଗାଁ ପୋଲିସ ଥାନା କେଶ ନଂ ୧୪୧/୨୦ ତାରିଖ ୨୯/୧୦/୨୦ ପ୍ରକାରେ ଆଇପିଏଲ ଖେଳକୁ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଇଆଇସି ସୁମିତ ସୋରେନଙ୍କ ନେତୃତ୍ୱରେ ପୋଲିସ ବାହିନୀ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥଲେ। ହେଲେ ମୁଖ୍ୟ ଆସାମୀକୁ ଗିରଫ ପାଇଁ ପୋଲିସ ଅଭିଯାନ ଜାରି ରଖିଥିଲେ। ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ଗୋସାଣିନୂଆଗାଁ ପୋଲିସ ଥାନାର ଅନୁସନ୍ଧାନକାରୀ ଟିମ୍ କୋଲକତାର ପୋଷ୍ଟା ପୋଲିସ ଥାନା ଅନ୍ତର୍ଗତ ଶୋଭାରାମ ବାସକ ସାହିରେ ଚଢ଼ାଉ କରି ଆଇପିଏଲ ବ୍ୟାଟିଂ ର ମୁଖ୍ୟ ବୁକି ଦିନେଶ କୁମାର (୪୪)ଙ୍କୁ ଗିରଫ କରିଥିଲେ। କୋଲକତାର ମାନ୍ୟବର ଏ.ସି.ଏମ୍.ଏମ୍. ଙ୍କ ଅଦାଲତରେ ହାଜରପରେ ରିମାଇଣ୍ଡରେ ବ୍ରହ୍ମପୁର ଅଣାଯାଇଥିଲା। ଦିନେଶ କୁ ଗିରଫ କରିବା ସହ ତାହାର ଲାପଟପ, ମୋବାଇଲ, ସିମ୍ କାର୍ଡ଼, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଖାତା ସହିତ ନଗଦ ପ୍ରାୟ ୭୨ ଲକ୍ଷ ୯୬ ହଜାର ଟଙ୍କା ଜବତ କରିଚି ପୋଲିସ । ଜବତ ହୋଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ବହୁ ଟଙ୍କା ଜମାଥିବା ବେଳେ ପୂର୍ବରୁ ନଗଦ ୩୦ ଲକ୍ଷ ଟଙ୍କା ଜବତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ