ରତିକାନ୍ତ ବିଜେଡି କାର୍ଯ୍ୟକାରୀ ସଦସ୍ୟ ମନୋନୀତ

ହାଟଡ଼ିହି,(ବିକାଶ ବିଶ୍ୱାଳ ) : ପୁର୍ବତନ ସାଂସଦ ପ୍ରତିନିଧି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ସେ ଦୀର୍ଘବର୍ଷ ହେଲା ବିଜେଡି ରାଜନୀତି ସହିତ ସଂପୃକ୍ତ ଥାଇ ଦଳର ସାଂଗଠନିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଦଳକୁ ତୃଣମୁଳ ସ୍ତରରେ ସୁଦୃଢ଼ କରିବାରେ ଭୁମିକା ଗ୍ରହଣ କରିଛନ୍ତି । ବିଜେଡି ନେତୃବୃନ୍ଦ ତାଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରି ସମ୍ପାଦକ ପଦବୀରେ ଅବସ୍ଥାପିତ କରିଛନ୍ତି । ତାଙ୍କୁ ଏହି ପଦବୀ ମିଳିବାପରେ ତାଙ୍କୁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ବର୍ଗରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହି ଅବସରରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ