ନାବାଳିକାକୁ ଅପହରଣ, ଥାନାରେ ଅଭିଯୋଗ
ଯୋଡା, (ସମୀର କୁମାର ଦାସ):ଯୋଡା ଥାନା ତଥା ବିଲେଇପଦା ଫାଣ୍ଡି ଅଂଚଳରେ ଜଣେ ନାବାଳିକା କୁ ଅପହରଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସର ସୂଚନା ଅନୁଯାୟୀ ଜଣାପଡିଛି ଯେ, ଉକ୍ତ ନାବାଳିକା ଜଣଙ୍କ ଗତ ତା-୦୮.୦୧.୨୦୨୧ ରିଖ ରୁ ନିଖୋଜ ହୋଇଥିଲେ । ଏ ନେଇ ପୋଲିସ୍ ରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ୍ ଗତ ଶନିବାର ନାବାଳିକାକୁ ଜଣେ ନାବାଳକଙ୍କ ସହ ଚମ୍ପୁଆ ଅଂଚଳରୁ ଉଦ୍ଧାର କରଥିଲା । ନାବାଳିକାକୁ ତାଙ୍କ ପରିବାର ବର୍ଗଙ୍କୁୁ ହସ୍ତାନ୍ତର କରିଥିବା ବେଳେ ନାବାଳକ କୁ ଏକ ଅପହରଣ ମାମଲା ନଂ-୭/୨୦୨୧, ଦଫା-୩୬୩ ଆଇପିସି ରୁଜୁକରି ରାଉରକେଲା ସ୍ଥିତ ବାଳ ସୁଦ୍ଧାର କେନ୍ଦ୍ରକୁ ପଠାଇଥିବା ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ ସୂଚନା ଦେଇଛନ୍ତି ।