ବିପନ୍ନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କଲେ ଉପାଧ୍ୟକ୍ଷ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକର ଶିବନାରାୟଣପୁର ଗ୍ରାମରେ ଲଗାଣ ବର୍ଷା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଶତାଧିକ ପରିବାର ପ୍ରଭାବିତ ହୋଇଥିବା ବେଳେ ଅନେକ ଲୋକଙ୍କ ଘରେ ପାଣି ପସି ଯାଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରିଥିଲେ। ଏପରିକି ଅନେକ ଲୋକଙ୍କ ରୋଷେଇ ଘରେ ପାଣି ପସିଥିବାରୁ ରୋଷେଇ ବାସ କରି ନପାରି ନଥିଲେ । ଖବର ପାଇ ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ଶିବନାରାୟଣପୁର ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଗାଁ ଲୋକେ ପନି ପରିବା ଚାଷ ଉପରେ ନିର୍ଭର କରୁଥିବା ବେଳେ ଶହ ଶହ ଚାଷୀଙ୍କ ପନି ପରିବା ଚାଷ ଉଜୁଡି ଯାଇଥିବା ନେଇ ଉପାଧ୍ୟାକ୍ଷଙ୍କୁ ଅବଗତ କରାଇ ଥିଲେ। ସେହିପରି ପ୍ରତି ବର୍ଷ ପାହାଡ଼ ପାଣି ଆସି ଗାଁରେ ବ୍ୟାପକ କ୍ଷୟକ୍ଷତି କରୁଥିବା ଦର୍ଶାଇ ଥିଲେ। ପ୍ରତିବର୍ଷ ଏପରି କ୍ଷୟକ୍ଷତି ହେଉଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ମାନେ ଉପାଧ୍ୟକ୍ଷଙ୍କ ନିକଟରେ ଦାବି ରଖିଥିଲେ। ପାଣି ଘେରରେ ରହିଥିବା ପରିବାର ଗୁଡିକୁ ଉପାଧ୍ୟକ୍ଷ ରତିକାନ୍ତ ରାଉତ ଶୁଖିଲା ଖାଦ୍ୟ, ଅଟା ବଣ୍ଟନ କରିଥିଲେ। ତାଙ୍କ ସହିତ ପ୍ରଭାକର ଖଣ୍ଡା, ମୁକେଶ ରାଉତ, ପ୍ରଦ୍ୟୁନ୍ମ ବେହେରା, ଦୀନବନ୍ଧୁ ବେହେରା, ଭାବଗ୍ରାହୀ ମହାନ୍ତି, ସଞ୍ଜୟ ବେହେରା, ଅକ୍ଷୟ ଓଝା, ମନୋଜ ବେହେରା, ଶିବ ମହାନ୍ତି,ଟୁନା ଜେନା, ଶଶିକାନ୍ତ ବେହେରା, ବଳରାମ ଘଡେଇ, ଚିନ୍ମୟ ଜେନା,ସମେତ ଅନେକ ବିଜେଡି କର୍ମୀ ଉପସ୍ଥିତ ଥିଲେ।


