ଓଡ଼ିଶା ଯୋଗାଥନ ୨୦୨୧

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ମନୁଷ୍ୟ ବିଭିନ୍ନ ମାନସିକ ଦୁଃଶ୍ଚିନ୍ତା, ଶରୀରିକ ଅସୁସ୍ଥତା, ଏବଂ ବିଭିନ୍ନ ଅନିଶ୍ଚିତତା ଭିତରେ ଛନ୍ଦି ହୋଇ ନିଜର ବାସ୍ତବ ଜୀବନଶୈଳୀକୁ ଭୁଲିଯାଇଛି । ଯାହାର କୁପରିଣାମସ୍ୱରୂପ ଆମକୁ ବିଭିନ୍ନ ଶରୀରିକ ଓ ମାନସିକ ରୋଗର ବଶବର୍ତ୍ତୀ ହେବାକୁ ପଡୁଛି । ଏହିସବୁ ମାନସିକ ଦ୍ୱନ୍ଦ ଓ ଅବସାଦର ଦୂରୀକରଣ ପାଇଁ ଯୋଗ ହେଉଛି ଏକ ମହୋଷୌଧି । ଯୋଗ ହେଉଛି ସଞ୍ଜମ ଓ ସମନ୍ୱୟ ରୂପକ ସଂକଳ୍ପର ପ୍ରତୀକ ଯାହା ମାନସିିକ ଅବସାଦ ଦୂର କରିବା ସହିତ ନୂତନ ଆଶା ସଞ୍ଚାର କରିଥାଏ । ଏହି ଉଦ୍ଦେଶ୍ୟରେ ଓଡ଼ିଶା ଯୋଗ ସଂଘ ଓ ସମ୍ବାଦର ମିଳିତ ପ୍ରୟାସରେ ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଓଡ଼ିଶା ଯୋଗାଥନ ୨୦୨୧ ଆୟୋଜିତ ହୋଇଯାଇଛି । ଏହି ଶୁଭ ଅବସରରେ ଅତିଥି ରୂପେ ସ୍ୱାମୀ ଭାଗବତାନନ୍ଦ ସରସ୍ୱତୀ, ଆଚାର୍ଯ୍ୟ ଲୋକାନନ୍ଦ, ପୋଲିସ କମିଶନର ଡଃ ସୁଧାଂଶୁ ଷଡ଼ଙ୍ଗୀ, ସମ୍ବାଦର ପ୍ରତିଷ୍ଠାତା ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ବାଦର ପରିଚାଳନା ନିିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ଏବଂ ଓଡ଼ିଶା ଯୋଗ ସଂଘର ସଭାପତି ଶ୍ରୀ ନବକିଶୋର ମହାନ୍ତି ଓ ସମ୍ପାଦକ ଶ୍ରୀ ଆଦିତ୍ୟ କୁମାର ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନବର୍ଗର ଲୋକମାନେ ଯୋଗଦାନ କରି ସୂର୍ଯ୍ୟ ନମସ୍କାର, ପ୍ରାଣାୟମ, ମନ୍ତ୍ରଯୋଗ, ହାସ୍ୟଯୋଗ ଅଭ୍ୟାସ କରିବା ସହିତ ବିଭିନ୍ନ ପ୍ରକାର ଯୋଗନୃତ୍ୟ, ମାଲଖମ୍ବ ଯୋଗଦୃଶ୍ୟକୁ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ଯୋଗ ସଂଘର ସଦସ୍ୟ ମନୋଜ, ଜ୍ୟୋତିକାନ୍ତ, ହରିହର, ଅନନ୍ୟା, ରାଜକିଶୋର, ମଧୁସ୍ମିତା, ଉଶାନ୍ତିଲତା, ଅୟସକାନ୍ତ, ଦୀପକ, ଦୀପ୍ତିରଞ୍ଜନ, ବିଭୁପ୍ରସାଦ, ସୁରେନ୍ଦ୍ର, ଗିରିଜା, ଶୁକେଶ, ଶେଫାଳୀ, ଅଜିତ ଏବଂ ଅନ୍ୟ ପ୍ରମୁଖ ସଦସ୍ୟମାନଙ୍କ ସହିତ ଯୋଗସଂଘର ଉପଦେଷ୍ଟାମାନଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ