ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି – (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମହାରାଜା ଉଚ୍ଚ ବାଳକ ବିଦ୍ୟାଳୟର ୧୯୮୮ ମସିହାର ଛାତ୍ରମାନଙ୍କ ବନ୍ଧୁ ମିଳନ ଉତ୍ସବ ଡିସେମ୍ବର ୨୨ତାରିଖ ୨୦୧୯ରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବକୁ ସଫଳ ରୂପାୟନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ପାରଳାଖେମୁଣ୍ଡି ସହରର କରଣ ସାହିରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଶୈଳନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ୧୯୮୮ ମସିହାର ଛାତ୍ର ବନ୍ଧୁ ବାପି ପଣ୍ଡା, ଟିଟନ୍ ପଣ୍ଡା, ମିକେଶ ପାଣିଗ୍ରାହୀ, ଅମୁଲ୍ୟ କୁମାର ପାତ୍ର, ସୁଧି ମହାପାତ୍ର ପ୍ରମୁଖ ଯୋଗ ଦେଇ ବନ୍ଧୁ ମିଳନକୁ ଡିସେମ୍ବର ୨୨ତାରିଖରେ ପାଳନ ପାଇଁ ଦିନ ଧାର୍ଯ କରିଥିଲେ । ଏହି ଦିନ ମହାରାଜା ଉଚ୍ଚ ବାଳକ ବିଦ୍ୟାଳୟର ତତ୍କାଳୀନ ୧୬ଜଣ ଶିକ୍ଷକମାନଙ୍କୁ ସମ୍ମାନୀତ କରାଯିବା ନିଷ୍ପତ୍ତି ହେଲା । ବନ୍ଧୁ ମିଳନ ଉତ୍ସବ ନିଦ ରାଜ୍ୟ, ରାଜ୍ୟ ବାହାରେ ଏବଂ ବିଦେଶରେ ରହୁଥିବା ସମସ୍ତ ବନ୍ଧୁମାନେ ନିଶ୍ଚିତ ଭାବେ ଉପସ୍ଥିତ ରହି ଏହି ଉତ୍ସବକୁ ସଫଳ କରିବା ପାଇଁ ଅନୁରୋଧ କରାଯାଇଛି ।


