ଟାହି ଟାପରା କୁ କେନ୍ଦ୍ର କରି ସ୍କୁଲରେ ସହପାଠୀଙ୍କୁ ଛୁରୀ ଭୁସିଲେ ଦଶମ ଶ୍ରେଣୀ ଛାତ୍ର
ଗାଙ୍ଗପୁର, (ସନ୍ତୋଷ ବିଷୋୟୀ):ବେଲଗୁଣ୍ଠା ବ୍ଳକ ଗାଙ୍ଗପୁର ଥାନା ଅଧୀନ ବଡବୋରସିଂ ଆଂଚଳିକ ଉଚ୍ଚ ବିଦ୍ୟାଳୟରେ ଟାହି ଟାପରା କୁ କେନ୍ଦ୍ର କରି ଜଣେ ଦଶମ ଶ୍ରେଣୀ ର ଛାତ୍ର ନିଜର ସହପାଠୀ କୁ ଛୁରୀରେ ଭୁସିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛାତ୍ର ଜଣଙ୍କ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ବେଳେ ଆକ୍ରମଣ କରିଥିବା ଛାତ୍ରକୁ ସ୍କୁଲରେ ଅଟକ ରଖାଯାଇଛି। ଗାଙ୍ଗପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ ଆଜି ସକାଳେ ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ମାନେ ନିଜ ନିଜର ଶ୍ରେଣୀ କକ୍ଷ କୁ ଯାଇଥିଲେ। ଏହି ସମୟରେ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଅମିତ କୁମାର ନାୟକ ତାର ସହପାଠୀ ସୁଭମ ଭୋଳ ସହ ଟାହି ଟାପରା କୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଯୁକ୍ତିଯୁକ୍ତ ହୋଇଥିଲା। ଏଥିରେ ସୁଭମ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଛୁରୀରେ ଅମିତ କୁ ଆକ୍ରମଣ କରିଥିଲେ। ଏଥିରେ ଅମିତ ର ପେଟରେ ଛୁରୀଟି ପସି ଯିବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତୁରନ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ସନ୍ୟାସୀ ସାହୁଙ୍କ ସହାୟତା ରେ ଅମିତ କୁ ଏକ ଅଟୋ ସାହାଯ୍ୟ ରେ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାର ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।


