ପାଣ୍ଡିରି ସ୍କୁଲରେ କିଚେନ ଗାର୍ଡେନ

ଚିକିଟି, (କୁରେଶୁ ସାହୁ):ଚିକିଟି ବ୍ଲକ ପାଣ୍ଡିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କିଚେନ ଗାର୍ଡେନ ର ଉଦଘାଟନ ହୋଇଯାଇଛି।ବି ଇ ଓ କୋରେଶ ସେଠି ସୁଭ ଉଦଘାଟନ କରି ପୃଷ୍ଟିକର ଖାଦ୍ୟ ପାଇଁ ସରକାର ଙ୍କ ଏହି ଅଭିନବ ପ୍ରୟାସ କୁ ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋଛନା ଦେବୀଙ୍କ ପୌରହିତ୍ୟ ରେ ପରିଚାଳନା କମିଟିର ସଭାପତି ସୁମିତ୍ରା ସାହୁ,ବି ଆର ସି ସି ପ୍ରଭଞ୍ଜନ ପଣ୍ଡା,ଏ ବି ଇ ଓ ଆର୍ଟ ଟ୍ରାନ ବେହେରା, ସି ଆର ସି ସି ସଂହିତା ମହାନ୍ତି ଯୋଗ ଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।ପୃଷ୍ଟିକର ଖାଦ୍ୟ ନିମନ୍ତେ ବଜାର ଉପରେ ନିର୍ଭର ନ କରି ବିଦ୍ୟାଳୟ ପରିସର ରେ ପରିବା ଜାତୀୟ ଖାଦ୍ୟ ଲଗାଇ ତାକୁ ମଧ୍ୟାଣ୍ଣ ଭୋଜନ ରେ ରନ୍ଧା ଯିବା କାର୍ଯ୍ୟକ୍ରମ ର ମୁଳ ଲକ୍ଷ ବୋଲି ବିଭାଗ ସୂଚନା ଦେଇଛି। ଏଥି ପାଇଁ କଦଳି,ସଜନା,ଅମୃତ ଭଣ୍ଡା, ବାଇଗଣ, ଟମାଟ ପ୍ରଭୁତି ପରିବା ଜାତୀୟ ଗଛ କୁ ବିଦ୍ୟାଳୟ ପରିସରରେ ଲଗାଯାଇଛି।କାର୍ଯ୍ୟ କ୍ରମ ରେ ସହକାରୀ ଶିକ୍ଷକ ରାଜଲଷ୍ମୀ ପାଢ଼ୀ, ସୁଜାତା କୁମାରୀ ଦେବୀ, ରଶ୍ମିତା ସାହୁ,ଲଷ୍ମୀନୃସିଂହ ଦାସ,ଶିବରାମ ସାହୁ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରୁ ସୁଜାତା କୁମାରୀ ସାହୁ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ