ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲ୍ା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମ ପୋଲିସ୍ ଜିଲ୍ଲା ଓ ବ୍ରହ୍ମପୁର ପୋଲିସ୍ ଜିଲ୍ଲା ର ସମସ୍ତ ମହିଳା ଓ ଶିଶୁ ଅଧିକାରୀ, କିଶୋର ନ୍ୟାୟ ବୋର୍ଡର ସଦସ୍ୟ, ଶିଶୁ ମଙ୍ଗଳ ବୋର୍ଡର ସଦସ୍ୟ,ଚାଇଲ୍ଡ ଲାଇନ୍ , ୱାନଷ୍ଟପ୍ ସେରର କର୍ମକ ର୍ାମାନଙ୍କୁ ନେଇ ଏକ ମାନସିକ ଓ ସ୍ୱାସ୍ଥ୍ୟ ବିଷୟରେ ସମ୍ୟକ୍ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣା,ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ ଓ ଛତ୍ରପୁର ଡିଏସପି ଏସ୍ . ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସାଧନ ବ୍ୟକ୍ତି ଭାବେ ବ୍ରହ୍ମପୁର କୃଷ୍ଣ ଚନ୍ଦ୍ର ମେଡିକାଲ କଲେଜର ମନସ୍ତତ୍ୱ ବିଭାଗର ଡାକ୍ତର ସ୍ୱାତୀ ମିଶ୍ର ଓ ଡାକ୍ତର କୀ ର୍ି ଅନୁରାଗ ଯୋଗ ଦେଇ ମାନସିକ ସ୍ୱାସ୍ଥ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ବିବରଣୀ ରଖିଥିଲେ । ଶିଶୁ ସୁରକ୍ଷା ଆନୁଷ୍ଠାନିକ ଯତ୍ନ ଅଧିକାରୀ ଶରତ ଚନ୍ଦ୍ର ମହାରଣା ଶିଶୁ ସୁରକ୍ଷାର ସମସ୍ତ ଦିଗ ବିଷୟରେ ଅବଗତ କରାଇଥିଲେ । ଶିଶୁ ଯତ୍ନ ପାଇଁ ଉଦ୍ଦିଷ୍ଠ ସମସ୍ତ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା । ସଖି ର ପ୍ରଶାସନିକ ଅଧିକାରିଣୀ ମହେଶ୍ୱତା ପାଢୀ ଯୋଗ ଦେଇ କାଉନସିଲିଂ ର ସମସ୍ତ ଦିଗ ଉପରେ ଆଲୋକପାତ କରିଥିବା ବେଳେ ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଶିବ ପ୍ରସାଦ ରଥ, ସୁଦାମ ପାଣିଗ୍ରାହୀ, ସୁଜିତ୍ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


