ଏକଲ ଶ୍ରୀହରି ସତସଙ୍ଗ ସମିତିର ରଜତ ଜୟନ୍ତୀ ସମାରୋହ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଚଳିତ ବର୍ଷ ଏକଲ ଶ୍ରୀହରି ସମିତିର ୨୫ ବର୍ଷ ପୂରଣ ହୋଇଛି । ତେଣୁ ଏହି ଉପଲକ୍ଷେ ଦୁଇ ଦିନ ଧରି ନୂଆଦିଲ୍ଲୀ ଠାରେ ଏକଲ ଶ୍ରୀହରି ସମିତି ତାର ରଜତ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏହି ଅବସରରେ ଓଡିଶାର ରାଜଧାନୀ ଭୁବନେଶ୍ୱରର ତେରାପନ୍ଥ ଭବନରେ ଅପରାହ୍ନ ୪.୩୦ ରୁ ସଂଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଏହାର ସିଧା ପ୍ରସାରରଣ କରାଯିବ । ଏକ ସାମ୍ବାଦିକ ସମ୍ମିଳନୀରେ ଏକଲ ଶ୍ରୀହରି ସତସଙ୍ଗ ସମିତି, ଭୁବନେଶ୍ୱରର ଅଧ୍ୟକ୍ଷ ଲାଲ ଚନ୍ଦ୍ର ମେହତା ଏହି ବିଷୟ ସୂଚନା ଦେଇଛନ୍ତି । ଏଥି ସହିତ ସେ ସମିତିର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋକପାତ କରିଥିଲେ । ମେହତା ପ୍ରକାଶ କରିଥିଲେ ଯେ, ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରାପ୍ତ ଏକଲ ଅଭିଯାନ ମାତା ଭାରତୀଙ୍କ ସେବାରେ ଦୀର୍ଘ ୩୧ ବର୍ଷଧରି ଗ୍ରାମ ବିକାଶ କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରୁଛି । ଏକ ଲକ୍ଷରୁ ଅଧିକ ବିଦ୍ୟାଳୟ ମାଧ୍ୟମରେ ଏକଲ ସମାଜରେ ପରିବର୍ତନ ପାଇଁ ଏକ ଦୃଢ ମାର୍ଗ ପ୍ରସ୍ତୁତ କରିଛି । ଏହି ତତ୍ୱାବଧାନରେ ଏକଲ ଅଭିଯାନ ସଂସ୍କାର ଶିକ୍ଷା କାର୍ଯ୍ୟକ୍ରମ ଦ୍ୱାରା ଏକଲ ଶ୍ରୀହରି ସତସଙ୍ଗ ସମିତି ତାର ୨୫ ବର୍ଷ ପୁରୁଣ କରି ରଜତ ଜୟନ୍ତୀ ବର୍ଷରେ ପ୍ରବେଶ କରିଛି । ଯାହାର ରଜତ ଜୟନ୍ତୀ ଉତ୍ସବ ଦୁଇଦିନ ଧରି ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବ । ଏହି ସମାରୋହରେ ବରିଷ୍ଠ ସାମ୍ବାଦିକ ରଜତ ଶର୍ମା, ପ୍ରଫୁଲ କେତକର, ପଦ୍ମଶ୍ରୀ ରାମ ବାହାଦୁର ରାୟ, ଅନସୁମାନ ତିୱାରୀ, କିରଣ ଚୋପ୍ରାଙ୍କ ପରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ପୁସ୍ତକ ଉନ୍ମୋଚନ, ରାମାୟଣ ପ୍ରତିଯୋଗିତା, ପୁରସ୍କାର ପ୍ରଦାନ, ଶିଶୁ କଳାକାରଙ୍କ ଅନୁଭବ କଥନ, ଗାଁ କଥା, ହନୁମାନ ପରିବାର ପ୍ରତିଯୋଗିତା ସମ୍ମାନ, ହରିକଥା ଚଳଚିତ୍ର ପ୍ରଦର୍ଶନ ସହିତ ଏକଲ ସୁରତାଳ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଶ୍ୱର ସବୁଠାରୁ ବଡ ସମାଜସେବୀ ସଂଗଠନ ଏକଲ ଅଭିଯାନ ମାଧ୍ୟମରେ ସଂସ୍କାର ଶିକ୍ଷା ପ୍ରଦାନ କରୁଥିବା ସଂଗଠନ ଏକଲ ଶ୍ରୀହରି ସତସଙ୍ଗ ସମିତିର ମୂଳ ଉଦ୍ଦେଶ୍ୟ ହେଉଛି ସୁଦୁର ପାର୍ବତୀୟ ଆଦିବାସୀ ଅଂଚଳ ଏବଂ ବନାଚଂଳରେ ରହୁଥିବା ବନ ବନ୍ଧୁଙ୍କର ସାଂସ୍କୃତିକ, ସାମାଜିକ, ଆର୍ଥିକ, ଶୈକ୍ଷିକ ଉତ୍‌ଥାନ ପାଇଁ କାର୍ଯ୍ୟ କରିବା । ଏବଂ ସମାଜରେ ସଂସ୍କାର ଶିକ୍ଷା ମାଧ୍ୟମରେ ସକାରାତ୍ମକ ପରିବର୍ତନ ଆଣିବାକୁ ପ୍ରାୟସ କରିବା । ବନବାସୀ ବନ୍ଧୁମାନଙ୍କର ଉତ୍‌ଥାନ ପାଇଁ ସେମାନଙ୍କୁ ଦେଶର ମୁଖ୍ୟସ୍ରୋତରେ ସାମିଲ କରିବା ସହିତ ସେମାନଙ୍କ ବିଷୟରେ ବ୍ୟାପକ ଚିନ୍ତା କରିବା ଏବଂ ବନବାସୀ ଭାଇମାନଙ୍କର ଅଧିକାର ବିଷୟରେ ସଚେତନତା,ଆତ୍ମନିର୍ଭରଶୀଳତା ଏବଂ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟ କରିବା । ଏହା ସହିତ ଏକଲ ଶ୍ରୀହରି ସତସଙ୍ଗ ସମିତି ସମାଜିକ ସମରସତା, ମହିଳା ସଶକ୍ତିକରଣ, ନିଶା ମୁକ୍ତ ଗ୍ରାମ ଏବଂ ଜାଗ୍ରତ ସମାଜର କଳ୍ପନାକୁ ସାକାର କରିଛି । ଏକଲ ଶ୍ରୀହରି ସମିତି ଦ୍ୱାରା ସମଗ୍ର ଦେଶରେ ୭୦ ହାଜାରରୁ ଉର୍ଦ୍ଧ୍ୱ ସଂସ୍କାର କେନ୍ଦ୍ର ଚାଲୁଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ