୨ ଚକିଅା ଯାନ ଉପରେ ରହିବ କଡ଼ା ନଜର
ସଡ଼କ ନିରାପତ୍ତା ନିୟମ କଡ଼ାକଡ଼ି ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିଦେ୍ର୍ଦଶ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାସ୍ତା ଦୁର୍ଘଟଣାରେ ହେଉଥିବା ଜନଜୀବନହାନି ରୋକିବା ନିମନେ୍ତ ସଡ଼କ ନିରାପତ୍ତା ନିୟମର କଡ଼ାକଡ଼ି ପ୍ରବତ୍ର୍ତନ ନିମନେ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୋଲିସ୍ ଅଧିକାରୀ ଏବଂ ଅାର୍.ଟି.ଓ ମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏଥି ନିମନେ୍ତ ପ୍ରତି ଜିଲ୍ଲାରେ ଲକ୍ଷ୍ୟଭେଦୀ କାର୍ଯ୍ୟଯୋଜନା ପ୍ରସ୍ତତ କରିବାସହ ସେଗୁଡିକର କାର୍ଯ୍ୟାନ୍ବୟନ ନିଶ୍ଚିତ କରାଇବା ପାଇଁ ମଧ୍ୟ ନିଦେ୍ର୍ଦଶ ଦେଇଛନ୍ତି । ଅାଜି ଏକ ଉଚ୍ଚସ୍ତରୀୟ ବୈଠକରେ ସଡ଼କ ନିରାପତ୍ତା ସ୍ଥିତିର ସମୀକ୍ଷା କରି ମହାପାତ୍ର ଏହି ନିଦେ୍ର୍ଦଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅାୟୋଜିତ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ସଡ଼କ ନିରାପତ୍ତା ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଓ କାର୍ଯ୍ୟଯୋଜନା ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ ଏବଂ ଏସ୍.ପି ମାନେ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ନିଜ ନିଜ ଜିଲ୍ଲାରେ ନିଅାଯାଉଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ସମୀକ୍ଷାରୁ ଜଣାପଡିଥିଲା ଯେ ଜାତୀୟସ୍ତରରେ ରାସ୍ତା ଦୁର୍ଘଟଣା ଜନିତ ମୃତୁ୍ୟ ଯୋଗୁ ପ୍ରତି ବର୍ଷ ଜି.ଡି.ପି.ର ପ୍ରାୟ ୩.୧୪ ଶତକଡା କ୍ଷତି ହେଉଛି ଯାହାକି ପ୍ରାୟ ୪ ଲକ୍ଷ କୋଟି ଟଙ୍କା ସହ ସମାନ । ଏଥିରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୭୬ ଶତକଡା ହେଉଛନ୍ତି ୧୮ ରୁ ୪୫ ବର୍ଷ ବୟଷ୍କ ଉତ୍ପାଦନକ୍ଷମ ବ୍ୟକ୍ତି । ଓଡ଼ିଶାରେ ସଡ଼କ ଦୁର୍ଘଟଣା ମୃତୁ୍ୟର ଶତକଡା ୪୧ ଭାଗ ହେଲ୍ମେଟ୍ ପିନ୍ଧିନଥିବା କାରଣରୁ ଘଟୁଛି ଏବଂ ଶତକଡା ୬୯ ଭାଗ ଦୁର୍ଘଟଣା ଦୃତ ଗାଡି ଚାଳନା ଯୋଗୁ ଘଟୁଛି । ୨୦୧୯ ମସିହାରେ ପ୍ରାୟ ୨୩୯୭ ଜଣ ୨ ଚକିଅା ଯାନ ଚଲାଳୀ ହେଲ୍ମେଟ୍ ପିନ୍ଧିନଥିବା କାରଣରୁ ମସ୍ତିସ୍କ ଅାଘାତରେ ପ୍ରାଣ ହରାଇଛନ୍ତି । ୨୦୧୯ ମସିହାରେ ସମୁଦାୟ ୫୩୩୩ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ୨୦୨୦ ମସିହାରେ ଏହା ୧୧ ଶତକଡାରୁ ଅଧିକ ହ୍ରାସ ପାଇଥିଲା । ଏହି ସମସ୍ତ ତଥ୍ୟର ବିଚାରକରି ଦୃତ ଗାଡିଚାଳନା, ହେଲ୍ମେଟ୍ ପିନ୍ଧିବା ଅାଦି ନିୟମକୁ କଡାକଡି ଲାଗୁ କରିବା ନିମନେ୍ତ ମୁଖ୍ୟ ଶାସନ ସଚିବ ମହାପାତ୍ର ନିଦେ୍ର୍ଦଶ ଦେବା ସହ ପ୍ରତି ବର୍ଷ କ୍ରମାଗତ ଭାବେ ମୃତୁ୍ୟ ସଂଙ୍ଖ୍ୟା କମାଇବା ନିମନେ୍ତ ଜିଲ୍ଲାଓ୍ବାରୀ କାର୍ଯ୍ୟଯୋଜନା ପ୍ରସ୍ତତ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏଥିରେ ଗ୍ରାମ୍ୟ ଉନ୍ନୟନ, ପୁତ୍ର୍ତ, ଜାତୀୟ ରାଜପଥ, ପୋଲିସ୍, ପରିବହନ ଅଧିକାରୀଙ୍କ ସମେତ ସଡ଼କ ନିରାପତ୍ତାରେ ଅାଗ୍ରହୀ ସେ୍ୱଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସାମିଲ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାଗୁଡିକର ସଂଯୋଗ ସ୍ଥାନ ଠିକ୍ ପୂର୍ବରୁ ‘ରମ୍ବଲ’ର ଦେବାସହ ସତର୍କ ସୂଚନା ପଳକ ଲଗାଇବାକୁ ମଧ୍ୟ ନିଦେ୍ର୍ଦଶ ଦେଇଥିଲେ । ଦୁର୍ଘଟଣା ଘଟିବା ସ୍ଥାନରେ ଜୀବନ ସହାୟକ ଅାମ୍ବଲାନ୍ସ ପହଞ୍ଚିବାର ସମୟକୁ କମାଇବା ଏବଂ ଅାମ୍ବଲାନ୍ସ ଗୁଡିକର ‘ରିଅଲ ଟାଇମ’୍ ପରିଚାଳନାକୁ ଅଧିକ ଲକ୍ଷଭେଦୀ କରିବା ପାଇଁ ମହାପାତ୍ର ମଧ୍ୟ ନିଦେ୍ର୍ଦଶ ଦେଇଥିଲେ । ରାସ୍ତା ଦୁର୍ଘଟଣା, ଉଦ୍ଧାର ଏବଂ ୧ ଘଣ୍ଟା ମଧ୍ୟରେ ନିକଟବତ୍ର୍ତୀ ହସ୍ପିଟାଲ୍ରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କର ଚିକିସା ଅାଦି ବିଷୟକୁ ଜଣେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ରଖିବା ପାଇଁ ବୈଠକରେ ଅାଲୋଚନା ହୋଇଥିଲା । ପ୍ରମୁଖ ଶାସନ ସଚିବ ପାଢ଼ୀ ଜଣାଇଥିଲେ ଯେ ୨୦୧୬ ମସିହାରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ଅନ୍ୟାନ୍ୟ ମୁଖ୍ୟ ରାସ୍ତା ଅାଦିରେ ଚିହ୍ନଟ ହୋଇଥିବା ୨୮୬ ଟି ଦୁର୍ଘଟଣା ପ୍ରବଣ ସ୍ଥାନ (ବ୍ଲାକ୍ ସ୍ପଟ୍ ) ଗୁଡିକର ଅାଶୁ ସଂଶୋଧନ କାର୍ଯ୍ୟ ସରିଛି । ସେହିପରି ୨୦୧୭ ମସିହାରେ ଚିହ୍ନଟ ହୋଇଥିବା ୪୩୫ ଟି, ଏବଂ ୨୦୧୮ ମସିହାରେ ଚିହ୍ନଟ ହୋଇଥିବା ୨୭୫ ଟି ବ୍ଲାକ୍ ସ୍ପଟ୍ ଗୁଡିକର ମଧ୍ୟ ଅାଶୁ ମରାମତି କାର୍ଯ୍ୟ ସଂପୂଣ୍ର୍ଣ ହୋଇଛି । ୨୦୧୯ ମସିହାରେ ୩୩୫ ଟି ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଛି । ୨୦୧୯ ମସିହାରେ ଚିହ୍ନଟ ହୋଇଥିବା ବ୍ଲାକ୍ ସ୍ପଟ୍ ଗୁଡିକର ମରାମତି କାର୍ଯ୍ୟ ତୁରନ୍ତ ସାରିବା ପାଇର୍ ମୁଖ୍ୟ ଶାସନ ସଚିବ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଲଗାତରଭାବେ ବ୍ଲାକ୍ ସ୍ପଟ୍ର ଚିହ୍ନଟ ଏବଂ ସେସବୁର ମରାମତି କାର୍ଯ୍ୟର ତଦାରଖ ଜିଲ୍ଲାସ୍ତରରେ କରିବା ସହ ଅଭିଯାନ ଭିତ୍ତିରେ ସଚେତନତା କାର୍ଯ୍ୟକ୍ରମ ଚାଲୁରଖି ପ୍ରତି ବର୍ଷ ଦୁର୍ଘଟଣା ହାର କମାଇବାକୁ ମୁଖ୍ୟ ଶାସନ ସଚିବ ମହାପାତ୍ର ଜିଲ୍ଲାପାଳ ଏବଂ ଏସ୍.ପି. ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉପାଦନ କମିଶନର ରାଜ କୁମାର ଶର୍ମା,ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଅତିରିକ୍ତ ପୋଲିସ୍ ନିଦେ୍ର୍ଦଶକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ପୋଲିସ୍ କମିଶନର ଡ଼ଃ ସୁଧାଂଶୁ ଷଢ଼ଙ୍ଗୀଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ ।