ସମନ୍ୱିତ ମହିଳା ଓ ଶିଶୁ ବିକାଶ ସେବା ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଛତ୍ରପୁର (ପ୍ରଶାନ୍ତ ମହାରଣା): ସେ କେତେବେଳେ ମା, ଆଉ କେତେ ବେଳେ ଭଉଣୀ ତାର ଅନେକ ରୂପ ଆଜି ସାରା ବିଶ୍ୱ ପାଳନ କରୁଛି ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରେ ସୋମବାର ପୂର୍ବାହ୍ନରେ ସମନ୍ୱିତ ମହିଳା ଓ ଶିଶୁ ବିକାଶ ସେବା ପ୍ରକଳ୍ପ ପକ୍ଷରୁ ସ୍ଥାନୀୟ ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ସିଡିପିଓ କ୍ରୀଷ୍ଣା କୁମାରୀ ନନ୍ଦଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି । ଏଥିରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟର କାମେଶ୍ୱର ପରିଡ଼ାଙ୍କ ସମେତ ସିଡିପିଓ କାର୍ଯ୍ୟାଳୟର ସମସ୍ତ ଅଧିକାରୀମାନେ ଯୋଗ ଦେଇ ଆଜିର ଦିବସ ଉପରେ ଆଲୋକପାତ କରିବା ସହ ସମାନତା ଓ ସମ୍ମାନ ନାରୀର ଅଧିକାର ଉପରେ କହିଥିଲେ ।