ପ୍ରହ୍ଲାଦ ମଲ୍ଲିକ ଥିଲେ ନିର୍ଭିକ, ନିରପେକ୍ଷ ଓ ନିରଳସ ଜନନେତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପୂର୍ବତନ ମନ୍ତ୍ରୀ ପ୍ରହ୍ଲାଦ ମଲ୍ଲିକଙ୍କୁ ଓଡିଶାର ଜଣେ ସରଳ, ନିଷ୍କପଟ, ଦକ୍ଷ, ନିର୍ଭୀକ, ନୀରପେକ୍ଷ ଓ ନିରଳସ ଜନନେତା ଥିଲେ ବୋଲି ପ୍ରହ୍ଲାଦ ମଲ୍ଲିକ ସ୍ମୃତି ପରିଷଦ ଭୂବନେଶ୍ୱର ଆନୁକୁଲ୍ୟରେ ସ୍ଥାନୀୟ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସ୍ୱର୍ଗତ ମଲ୍ଲିକଙ୍କ ୩୧ତମ ଶ୍ରାଦ୍ଧୋତ୍ସବରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଏହି ଉପଲକ୍ଷେ ପରିଷଦର ଅଧ୍ୟକ୍ଷ ବରିଷ୍ଠ ସ୍ତମ୍ବକାର ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡାର ଗୈାରବ ଅତିବଡୀ ଜଗନ୍ନାଥ ଦାଶ ପୁରସ୍କାର ଓ କବି ସଚ୍ଚି ରାଉତରାୟ ପୁରସ୍କାର ପ୍ରାପ୍ତ ପ୍ରଖ୍ୟାତ ଗାଳ୍ପିକ ଡଃ. ରାମଚନ୍ଦ୍ର ବେହେରା ଓ ସମ୍ମାନୀତ ଅତିଥି ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରଫେସର କୁଞ୍ଜ ବିହାରି ପଣ୍ଡା, ପ୍ରଫେସର ନନ୍ଦ କିଶୋର ପରିଡା, କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ପ୍ରଫେସର ବୈଷ୍ଣବ ଚରଣ ସିଂ ପ୍ରମୁଖ ଯୋଗଦେଇ ଓଡିଶାର ରାଜନୈତିକ ଇତିହାସ ସ୍ୱର୍ଗତ ମଲ୍ଲିକଙ୍କୁ ବାଦ ଦେଇ ଲେଖାଯାଇପାରିବ ନାହିଁ ବୋଲି କହିଥିଲେ । ଆଧୁନିକ କେନ୍ଦ୍ରାପଡାର ମୁଳଦୁଆ ପକାଇଥିବା ସ୍ୱର୍ଗତ ମଲ୍ଲିକ ୪ଟି ସ୍ଥାନରୁ ପରାଜୟ ବରଣ କରିଥିବା ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ କେନ୍ଦ୍ରାପଡାକୁ ଡାକିଆଣି ରାଜନୈତିକ ଜୀବନ୍ୟାସ ଦେଇଥିଲେ । ତାଙ୍କର ରାଜନୈତିକ ଜୀବନକୁ ବିଶ୍ଳେଷଣ କଲେ ସେ ଜଣେ ବୀଦ୍ରୋହୀ, ସାମ୍ୟବାଦୀ, ଜନନେତା ଓ ମଣିଷ ପରି ମଣିଷ ଟିଏ ଥିଲେ । ସ୍ୱାଧୀନୋତ୍ତର ଓଡିଶାର ରାଜନୈତିକ ଜୀବନକୁ ପ୍ରବେଶ କରିଥିବା ନେତାମାନଙ୍କ ମଧ୍ୟରେ ସେ ଥିଲେ ଏକ ସ୍ୱତନ୍ତ୍ର ଓ ଅନନ୍ୟ ସ୍ଥାନ ଅର୍ଜ୍ଜନ କରିପାରିଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ତାଙ୍କୁ ଅଦମ୍ୟ ଦୁଃସାହସୀ ଓ ସାଲିସ ବିହୀନ ସଂଗ୍ରାମର ଅନିର୍ବାପିତ ଦୀପଶିଖା ରୂପେ ଅଭିହିତ କରିଥିଲେ ବକ୍ତାମାନେ । ଏହି ଅବସରରେ କଥାକାର ଡଃ. ରାମଚନ୍ଦ୍ର ବେହେରାଙ୍କୁ ପ୍ରହ୍ଲାଦ ମଲ୍ଲିକ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ମୃତି ପରିଷଦର ସମ୍ପାଦକ ପ୍ରଫେସର ବସନ୍ତ କୁମାର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ ସଭାର ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ. ବାସୁଦେବ ଦାସ, ସଂଗ୍ରାମ କେଶରୀ ମଲ୍ଲିକ, ପ୍ରହଲ୍ଲାଦ ସିଂ, ଅଧ୍ୟାପକ ରଞ୍ଜିତ କୁମାର ଦାସ, ଗୋଲଖ ପଢିଆରୀ, ନାରାୟଣ ସାହୁ, ସଞ୍ଜୟ କୁମାର ଜେନା, ଅଞ୍ଜନା ସୁଆର, ସ୍ୱପ୍ନା ସିଂ, ମମତା ସେଠୀ, ଝୁନି ମଲ୍ଲିକ,ମନୋରମା ପଢିଆରୀଙ୍କ ସମେତ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜ୍ଜନ କରିଥିବା ବହୁ ଶିକ୍ଷାବୀତ, ବୁଦ୍ଧିଜୀବି , ପ୍ରଶାସକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ପ୍ରତ୍ୟୁଷରେ କଜଳାସ୍ଥିତ ସ୍ୱର୍ଗତ ମଲ୍ଲିକଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିବା ବେଳେ ସେଥିରେ ଡଃ. ମଲ୍ଲିକଙ୍କ ସମେତ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି, ଜିଲ୍ଲା ଓକିଲ ସଙ୍ଘ ସଭାପତି ସରୋଜରାଜ ସିଂ, ଗୋପାଳକୃଷ୍ଣ ଜେନାଙ୍କ ସମେତ ବହୁ ପ୍ରହ୍ଲାଦ ପ୍ରେମୀ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କଲେଜ ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ସଭା ପ୍ରାରମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ