ସମାଜସେବୀଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଚକ୍ରୋଡା ପଂଚାୟତର ଓର୍ଷକା ଗ୍ରାମର ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ବଂଶୀଧର ସାମଲଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୃତିସଭା ଓ ସତସଙ୍ଗ କାର୍ଯ୍ୟକ୍ରମ ତାଙ୍କ ଓର୍ଷକାସ୍ଥିତ ବାସଭବନରେ ଇଂ କାର୍ତ୍ତିକ ଚନ୍ଦ୍ର ମିଶ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାରେ ପ୍ରବଚକ ମାନସଭୂଷଣ ପଣ୍ଡିତ ହୃଷିକେଶ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମନୁଷ୍ୟର ଜନ୍ମ ଓ ମୃତ୍ୟୁର ରହସ୍ୟ, ମୋକ୍ଷପ୍ରାପ୍ତି ଏବଂ ବାଟହୁଡିଯାଇଥିବା ଯୁବକଯୁବତୀମାନଙ୍କୁ ବୃଦ୍ଧ ପିତାମାତା, ଗୁରୁଜନ ଓ ସମାଜର ଅବହେଳିତ ଲୋକମାନଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସରପଂଚ ବସନ୍ତ କୁମାର ରାଉତ, ସମିତିସଭ୍ୟ ଶିବ ପ୍ରସାଦ ବିଶ୍ୱାଳ, ଯୁବ ପ୍ରବଚକ ଜଗଦିଶ ସାହୁ, ଶିକ୍ଷକ ପ୍ରତିନିଧି ନିରଞ୍ଜନ ସ୍ୱାଇଁ, ପଣ୍ଡିତ ରବୀନ୍ଦ୍ର ମୋହନ ମିଶ୍ର, ଲକ୍ଷ୍ମିପ୍ରୀୟା ନାୟକ, ରବିନ୍ଦ୍ର କୁମାର ସାମଲ, କାଳନ୍ଦି ଚରଣ ଭଦ୍ର, ହୃଦାନନ୍ଦ ଲେଙ୍କା, ସମାଜସେବୀ ଜୟନ୍ତ ମହାନ୍ତି, ନାରାୟଣ ପଣ୍ଡା, ବରିଷ୍ଠ ସ୍ତମ୍ବକାର ଅମୀୟ ପାଣ୍ଡବ, ମୀର ମୁର୍ଶିଦ୍ଦ, ଶିବାଶିଷ ମହାନ୍ତି, ଦିଲ୍ଲିପ ମହାନ୍ତି, ନାତି ରଜନିକାନ୍ତ ସାମଲ,ରତିକାନ୍ତ ସାମଲ, ଅକ୍ଷୟ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାମଲଙ୍କ ସମାଜସେବା, ଛାତ୍ରବତ୍ସଳତା ଓ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ସାମଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶ୍ରୀମଦ ଭାଗବତ ଗୀତା ପାଠ କରାଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ