ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀଙ୍କ ଦୁଇଦିନିଆ ଧର୍ମଘଟ

ଛତ୍ରପୁର (ଦେବଦତ୍ତ ମହାରଣା) : ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ଆଜି ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିୟନ ( ୟୁବିଏଫୟୁ) ପକ୍ଷର ଧର୍ମଘଟ ଡାକରା ଦିଆଯାଇଛି । ଏନେଇ ସାରା ଭାରତବର୍ଷରେ ରାଷ୍ଟ୍ରାୟତ ବ୍ୟାଙ୍କ ର କର୍ମଚାରି ଓ ଅଧିକାରୀ ସଂଘ ପକ୍ଷରୁ ସୋମବାର ଓ ମଙ୍ଗଳବାର ଦୁଇ ଦିନିଆ ଧର୍ମଘଟରେ ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟାଙ୍କ କର୍ମଚାରୀ ମାନେ ସାମିଲ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ଥିବା ସବୁ ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀ ମାନେ ଏହି ଧର୍ମଘଟ କୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା ସମ୍ମୁଖରେ ଜିତେନ୍ଦ୍ର କୁମାର ପଲାଇ, ସରୋଜ କୁମାର ପରିଡା, ସୁବାଷ ଚନ୍ଦ୍ର ସେଠୀ, ପ୍ରଫୁଲ ଚନ୍ଦ୍ର ଚୈାଧୂରୀ, ଅଲିଭା ବେହେରା, ଆଇ. ନିର୍ମଳା, ଜି.କାନକା ରାଓ, ନରସିଂହ ପ୍ରଧାନ, ଆର. ଲୋକନାଥ ରେଡ୍ଡୀ, ସିମାଞ୍ଚଳ ପାତ୍ର କୈଳାସ ନାୟକ ଓ ଅଭିଷେକ ଜାନି ଙ୍କ ସମେତ ବହୁ କର୍ମଚାରୀ ଓ ଅଧିକାରୀ ମାନେ ଆଜି ବ୍ୟାଙ୍କ ଘରୋଇ କରଣକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ