ପୂଣ୍ୟାତ୍ମା ପୂର୍ଣ୍ଣବାସୀଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ସ୍ୱର୍ଗତ ପାରଲ ମହାନ୍ତିଙ୍କ ଦ୍ୱାଦଶାହରେ ଏକ ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷାବୀତ ଶୁଭାଂଶୁ କୁମାର ଦାସଙ୍କ ପୈାରହିତ୍ୟରେ ସ୍ୱର୍ଗତାଙ୍କ ଭରତପୁରସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଓ ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଡେପୁଟୀ କଲେକ୍ଟର ବିଜୟ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, କବି ରାମକୃଷ୍ଣ ଦାଶ, ଶିକ୍ଷକନେତା ଦିବାକର ଜେନା, ଓକିଲ ସଞ୍ଜୟ କୁମାର ଜେନା, ପ୍ରଦୀପ କୁମାର ଦାଶ, ଡଃ. ନାରାୟଣ ପ୍ରସାଦ ଜେନା, ଖଗେଶ୍ୱର ମଲ୍ଲ, ଗିତୀକାର ସୁବାଷ ପାତ୍ର, କନ୍ତିଆ ମଠାଧିଶ ସିଦ୍ଧାର୍ଥଶଙ୍କର ଦାସ, ଭରତପୁର ବାଳିକା ହାଇସ୍କୁଲ ପରିଚାଳନା ସମିତି ସଭାପତି ଶିବ ପ୍ରସାଦ ବିଶ୍ୱାଳ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ସତ୍ୟପ୍ରକାଶ ପରିଡା, ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ, ଶାରଦା ପ୍ରସାଦ ରାଉତ ପ୍ରମୁଖ ଯୋଗଦେଇ ପୂଣ୍ୟାତ୍ମା ପୂର୍ଣ୍ଣବାସୀଙ୍କ ଜୀବନ ସଂଗ୍ରାମ ସମ୍ପର୍କରେ ଆଲୋକପାତ କରି ସେ ଜଣେ ମିଷ୍ଠଭାଷି, ପରୋପକାରୀ ଧର୍ମପରାୟଣା ମହିଳା ଖାଲି ନୁହେଁ ସେ ଜଣେ ମଣିଷ ପରି ମଣିଷ ଟିଏ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସ୍ୱର୍ଗତା ମହାନ୍ତିଙ୍କ ଜୀବନୀ ଉପରେ ପ୍ରକାଶିତ ସ୍ମରଣିକା “ପୂଣ୍ୟାତ୍ମା ପୂର୍ଣ୍ଣବାସୀ”କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହାବ୍ୟତିତ ଅନୁଷ୍ଠିତ କବିତା ପାଠୋତ୍ସବରେ ଗଗନବିହାରୀ ସିଂ,ପ୍ରଫୁଲ୍ଲ ଦାସ, ସ୍ୱପ୍ନାଂଶୁ ଦାସ, ମନୋରଞ୍ଜନ ତ୍ରିପାଠୀ, ନୃସିଂହ ଚରଣ ତ୍ରିପାଠୀ, ଗୋଲଖ ସେଠୀ, ନିରୂପମା ଦାସ, ଧିରେନ୍ଦ୍ର ଦାସ, ସୁବୋଧ ଦାସ, ଶିବ ପ୍ରସାଦ ଦାସ, ସୁଶାନ୍ତ ଦାସ, ସ୍ମୃତିପ୍ରିୟଦର୍ଶିନୀ ଦାସ, ସତ୍ୟବ୍ରତ ସିଂ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ନିର୍ଦେଶନାରେ ଅନୁଷ୍ଠିତ ଏକ ଭଜନ ସନ୍ଧ୍ୟାରେ ରଶ୍ମିରଞ୍ଜନ ପଣ୍ଡା, ସୂର୍ଯ୍ୟକାନ୍ତ ମିଶ୍ର, ସଞ୍ଜୟ ଦାସ, ଲିଲି ଦାସ, ରଞ୍ଜନ ବେହୁରା, ପ୍ରଦୀପ ବେହୁରା, ଦିବ୍ୟାଦର୍ଶିନୀ ମହାନ୍ତି ପ୍ରମୁଖ ଭଜନ ପରିବେଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ