ଭାରତ ବିକାଶ ପରିଷଦ ଓଡ଼ିଶା (ପୂର୍ବ) ପ୍ରାନ୍ତ ନିର୍ବାଚନ ଅନୁଷ୍ଠିତ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଭାରତ ବିକାଶ ପରିଷଦ ଓଡ଼ିଶା (ପୂର୍ବ) ପ୍ରାନ୍ତର ପ୍ରାନ୍ତୀୟ ପରିଷଦ ବୈଠକ ଏବଂ ପ୍ରାନ୍ତୀୟ ନିର୍ବାଚନ ଭୁବନେଶ୍ୱରସ୍ଥ ରେଡ଼କ୍ରମ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସାମୂହିକ ବନ୍ଦେ ମାତରଂ ଗାନ କରି ପ୍ରାନ୍ତ ସଭାପତି ସୁଭାଶିଷ କରଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲା । ପୂର୍ବ ପ୍ରାନ୍ତର ସମସ୍ତ ଶାଖାର ସଭାପତି, ସମ୍ପାଦକ ଏବଂ ଅର୍ଥ ସଚିବ ଉପସ୍ଥିତ ରହି ଶାଖାମାନଙ୍କ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ପଣ୍ଡା ଏବଂ ରାଷ୍ଟ୍ରୀୟ ସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଅତିଥି ରୂପେ ଯୋଗଦେଇ ସଂଗଠନର କାର୍ଯ୍ୟଧାରା ଏବଂ ସଂଗଠନକୁ ସୁଦୃଢ କରିବା କ୍ଷେତ୍ରରେ ଆଗାମୀ କାର୍ଯ୍ୟକ୍ରମ ତଥା କର୍ମଶାଳା ସମ୍ପର୍କରେ ଆଲୋକପାତ କରିଥିଲେ । ପୂର୍ବରୁ ହୋଇଥିବା କାର୍ଯ୍ୟକ୍ରମର ସହଯୋଗୀ ଶାଖାମାନଙ୍କୁ ଶ୍ରଦ୍ଧା ସ୍ମାରକୀ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ପ୍ରାନ୍ତସ୍ତରୀୟ ଭାରତ-କୋ-ଜାନୋ କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ଇଂ ଅରଣ୍ୟା ଦାସଙ୍କୁ ସ୍ମୃତିଫଳକ ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । କରୋନା ପ୍ରକୋପ ବୃଦ୍ଧି ସମୟରେ ଲଗାତର ୬୩ଦିନ ରିଲିଫ କାର୍ଯ୍ୟ ପରିଚାଳନା ତଥା କରୋନା ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ମାରାଥର ୭୦ ଦିନ ହୋମିଓପାଥି ଔଷଧ ବଣ୍ଟନ କାର୍ଯ୍ୟ କରିଥିବା ମନୋରଞ୍ଜନ ମହାନ୍ତିଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରବର୍ତ୍ତୀ ସତ୍ରରେ ଓଡ଼ିଶା ପଶ୍ଚିମ ପ୍ରାନ୍ତର ପୃଷ୍ଠପୋଷକ ଡଃ ରାଜକୁମାର ବଡ଼ପଣ୍ଡାଙ୍କ ପର୍ଯ୍ୟବେକ୍ଷଣ ଏବଂ ସଂଗଠନ ସମ୍ପାଦକ ସୌମେନ୍ଦ୍ର ଦାସଙ୍କ ସହଯୋଗରେ ନିର୍ବାଚିତ ଅନୁଷ୍ଠିତ ହୋଇ ଆଗାମୀ ବର୍ଷ ପାଇଁ ଶ୍ରୀଯୁକ୍ତ ସୁଭାଶିଷ କର-ସଭାପତି, ପ୍ରଦୀପ୍ତ କୁମାର ମହାରଣା-ମହାସଚିବ ଏବଂ ଦୁଖୀଶ୍ୟାମ ଦାସ-ଅର୍ଥ ସଚିବ ରୂପେ ନିର୍ବାଚିତ ହୋଇଥିଲେ । ସର୍ବଶ୍ରୀ ପ୍ରଦୀପ୍ତ ମହାରଣା, ସଚ୍ଚିଦାନନ୍ଦ ନାୟକ, ପୂର୍ଣ୍ଣ ସାହୁ, ମନୋରଞ୍ଜନ ମହାନ୍ତି୍, ଦୁଖୀଶ୍ୟାମ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


