ବନ ବିଭାଗ ଦ୍ଵାରା ବାରହା ମାଂସ ଜବତ

ଭବାନୀପାଟଣା, (‌ୱାଇଏନ୍‌ଏସ୍‌): ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ବେନ୍ଦାଝୋଲା ଗ୍ରାମରେ ବୁଧବାର ସକାଳୁ ବନ ବିଭାଗ ପକ୍ଷରୁ ଚଢାଉ କରି ଜବତ କରିଛି ବାରହା ମାଂସ।ଗ୍ରାମର ଜନୈକ ଲୋକଙ୍କ କୌଣସି ଏକ ଭୋଜି ପାଇଁ ବାରହା ମାରିଥିବା ଘଟଣା ଗତ ମଙ୍ଗଳବାର ସଂଧ୍ୟାରେ ବନବିଭାଗକୁ ସୂଚନା ମିଳିଥିଲା।ବନବିଭାଗ ପକ୍ଷରୁ ସତର୍କତା ସହ ଚଢାଉ କରି ବାଡିପଟରୁ ଭୋଜି ପାଇଁ ପ୍ରସ୍ତୁତ ହୋଇଥିବା ଏହି ବାରହା ମାଂସ ଜବତ କରାଯାଇଛି।ଜବତ ମାଂସ ୮୦ କେଜି ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସୂଚନା ଅନୁଯାୟୀ ଗ୍ରାମର ପାଇକରାଏ ନାଏକ ନାମକ ଜନୈକ ଲୋକଙ୍କ ଘରେ ଭୋଜି ପାଇଁ ଏହି ବାରହା ମାରିଥିବା ଖବର ପାଇଥିଲା ବନ ବିଭାଗ।ଯାହାକୁ ନେଇ ଥୁଆମୂଳ ରାମପୁର ରେଞ୍ଜର ଶ୍ରୀ ପ୍ରଶାନ୍ତ କୁମାର ପାଲଙ୍କ ନେତୃତ୍ୱରେ ଏକ ଦଳ ଏହି ଚଢ଼ାଉ କରିଥିଲା। ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ଜାରି ରଖିଛି ବନ ବିଭାଗ।ଗିରଫ ଅଭିଯୁକ୍ତ ପାଇକରାଏ ନାଏକଙ୍କୁ ବନବିଭାଗର ଦ୍ବାରା ଅଟକ ରଖି ପଚରାଉଚରା ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ