ବେଲଗୁଣ୍ଠାରେ ଅନ୍ ଲାଇନ୍ ଠକେଇ: ଲୁଟିନେଲେ ୪୯୦୦୦

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ) : ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଥିବା ବେଳେ ସାଇବର ଲୁଟେରା ମାନେ ମୋବାଇଲ ଫୋନ୍ ରେ, କେତେବେଳେ ଲୋଭନୀୟ ଅଫର ଦେଇ ତ ଆଉ କେତେବେଳେ ବିଭିନ୍ନ ଟେଲିକମ୍ କମ୍ପାନୀର ଗ୍ରାହକ ଅଧିକାରୀ ହୋଇ ତ ଆଉ କେତେବେଳେ ଏଟିଏମ୍ ଅଧିକାରୀ ହୋଇ ବିଭିନ୍ନ ବର୍ଗର ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି ।ଆଜି ଏଭଳି ଏକ ଅଭାବନୀୟ ଘଟଣା ବେଲଗୁଣ୍ଠାରେ ଦେଖିବାକୁ ମିଳିଛି ।ବିଏସ୍ଏନ୍ଏଲ୍ କମ୍ପାନୀର କହି ଫୋନ୍ କରି ଆପଣଙ୍କ ସିମ୍ କାର୍ଡ ବ୍ଳକ୍ ହୋଇଯିବ ବୋଲି ଗତ କିଛି ଦିନ ତଳେ ତଏକ ଅଜଣା ବ୍ୟକ୍ତିଙ୍କ ନମ୍ବର୍ ରୁ ମେସେଜ୍ ଆସିବା ପରେ ସିମ୍ ଆକ୍ଟିଭ୍ କରିବା ବାହାନାରେ ଆଜି ବେଲଗୁଣ୍ଠା ଅଞ୍ଚଳର ଦୀପକ୍ ସାହୁଙ୍କ ଆକାଉଣ୍ଟ୍ ରୁ ଅନ୍ ଲାଇନ୍ ରେେ ଲୁଟି ନେଇଛନ୍ତି ୪୯୦୦୦ ଟଙ୍କା I ଏହି ଘଟଣା ସମଗ୍ର ବେଲଗୁଣ୍ଠା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି I ସୂଚନା ପ୍ରକାରେ ବେଲଗୁଣ୍ଠାର ବୁଲୁ ବିଶ୍ୱାଳଙ୍କ ମୋବାଇଲ୍ କୁ ୪୮ ଘଣ୍ଟା ଭିତରେ ତାଙ୍କର ବିଏସ୍ଏନ୍ଏଲ୍ ସିମ୍ ଟି ବନ୍ଦ ହୋଇଯିବ ବୋଲି ଗତ କାଲି ୯୮୮୩୭୬୪୪୩୯ ନମ୍ଵର୍ ବିଶିଷ୍ଟ ଏକ ଅଜଣା ମୋବାଇଲ୍ ରୁ ଏକ ମେସେଜ୍ ଆସିବା ସହ ୪୮ ଘଣ୍ଟା ଭିତରେ ଉପରୋକ୍ତ ନମ୍ବର୍ ରେ ଯୋଗାଯୋଗ କରି ସିମ୍ କୁ ଆକ୍ଟିଭ୍ କରିବା ପାଇଁ ମେସେଜ୍ ରେ ଲେଖାଥିଲା I ଏହି କଥା ବୁଲୁ ତାଙ୍କ ଶଳା ତଥା ନିକଟସ୍ଥ ଚଢିଆ ପୋଲି ଗ୍ରାମର ଦୀପକ ସାହୁଙ୍କୁ ଜଣାଇବା ପରେ ଦୀପକ ଉପରୋକ୍ତ ଅଜଣା ନମ୍ବର୍ କୁ କଲ୍ କରିଥିଲେ I ସେହି ନମ୍ବର୍ କୁ କଲ୍ କଲାପରେ ଜଣେ ବ୍ୟକ୍ତି ହିନ୍ଦୀ ଏବଂ ବଙ୍ଗାଳୀ ମିଶ୍ରିତ ଭାଷାରେ କଥା ହେବା ସହ ବିଏସ୍ଏନ୍ଏଲ୍ କ୍ୱିକ୍ ଆପ୍ ଡ଼ାଉନଲୋଡ୍ କରିବା ପାଇଁ କହିଥିଲା I ବିଏସ୍ଏନ୍ଏଲ୍ କ୍ୱିକ୍ ଆପ୍ ଡ଼ାଉନଲୋଡ୍ କରିବା ପରେ ପୁଣି ଏକ ମୋବାଇଲ୍ ସେୟାରିଙ୍ଗ୍ ଆପ୍ ଇନଷ୍ଟଲ୍ କରିବା ସହ ବିଏସ୍ଏନ୍ଏଲ୍ ସିମ୍ ରେ ୧୦ ଟଙ୍କାର ଏକ ରିଚାର୍ଜ କରିବା ପାଇଁ କହିଥିଲା I ଦୀପକ ସିମ୍ ରେ ୧୦ ଟଙ୍କା ରିଚାର୍ଜ କରିବା ପରେ ତାଙ୍କର ବେଲଗୁଣ୍ଠା ଆଇଓବି ବ୍ୟାଙ୍କ୍ ଆକାଉଣ୍ଟ୍ ରୁ ୧୬ ତାରିଖ ଦିନ ଗୋଟାଏ ୩୬ ମିନିଟ୍ ସମୟରେ ୪୯୦୦୦ ଟଙ୍କା ଗାୟବ୍ ହୋଇଯାଇଥିଲା I ପ୍ରକାଶ ଥାଉ କି ଦୀପକଙ୍କ ଆକାଉଣ୍ଟ୍ ରେ ପୂର୍ବରୁ ୧୧୮୦୦୦ ଟଙ୍କା ଥିଲା ବେଳେ ଆଜି ସେ ଜଣେ ବନ୍ଧୁଙ୍କ ନିକଟକୁ ଦଶ ହଜାର ଟଙ୍କା ଟ୍ରାନ୍ସଫର୍ କରିଥିଲେ I ବାକି ଖାତାରେ ୧୦୮୦୦୦ ଟଙ୍କା ଥିବା ବେଳେ ପୁଣି ସେଥିରୁ ୪୯୦୦୦ ଟଙ୍କା ଗାୟବ୍ ହୋଇଯାଇଥିବା ବେଳେ ଦୀପକ ଭୟରେ ବାକି ୫୯୦୦୦ ଟଙ୍କାକୁ ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଦେଇଛନ୍ତି I ଟଙ୍କା ଗାୟବ୍ ହେବା ଘଟଣା ନେଇ ଦୀପକ ବେଲଗୁଣ୍ଠା ଥାନାରେ ଅଭିଯୋଗ କରି ଥିବା ଜଣାପଡିଛି ।ବେଲଗୁଣ୍ଠା ଥାନା ସେକେଣ୍ଡ ଅଫିସର ପ୍ରକାଶ କୁମାର ସାହୁ ୪୯/୨୧ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିିବା ଜଣାପଡିଛି । ପ୍ରକାଶ ଥାଉ କି ବିଭିନ୍ନ ସମୟରେ ଅନଲାଇନ୍ ଠକେଇ ନେଇ ଅଭିଯୋଗ ହେଉଥିବା ବେଳେ ଗତ କିଛି ଦିନ ତଳେ ମଧ୍ୟ ଏକ ଅନୁରୂପ ଘଟଣା ଦୃଷ୍ଟି ଗୋଚର ହୋଇଥିଲା ।ଅନ୍ଲାଇନ୍ ରେ ଏପରି କଥାବାର୍ତ୍ତା ବେଳେ ନିଜର କୌଣସି ବ୍ୟକ୍ତିଗତ ତଥ୍ୟ ଯେପରି ଓଟିପି,ସିଭିଭି ଅଜଣା ବ୍ୟକ୍ତିଙ୍କୁ ପ୍ରକାଶ ନ କରିବା ପାଇଁ ବେଲଗୁଣ୍ଠା ଥାନା ସେକେଣ୍ଡ ଅଫିସର ପ୍ରକାଶ କୁମାର ସାହୁ ସଚେତନ କରାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ