ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ଼ ଟୀକାକରଣକୁ ନେଇ ବ୍ୟାପକ ଅବ୍ୟବସ୍ଥା, ନିରାଶ ହୋଇ ଫେରୁଛନ୍ତି ଶତାଧିକ ବୃଦ୍ଧା ବୃଦ୍ଧ
ଦିଗପହଣ୍ଡି, (ୱାଇଏନ୍ଏସ୍) : ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ୪ ଦିନ ହେଲା ଟୀକା ପାଇଁ ଆସୁଥିବା ଶତାଧିକ ବୃଦ୍ଧା ବୃଦ୍ଧ ଦିନ ସାରା ଅପେକ୍ଷା କରି ଶେଷରେ ନିରାଶ ହୋଇ ଫେରୁଛନ୍ତି। ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଙ୍କ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ର ମୁଖ୍ୟ ସଦର ମହକୁମାରେ ଏଭଳି ବିକଳ ଅବସ୍ଥା ଦେଖିବାକୁ ମିଳିଛି। ପ୍ରତିବାଦ ରେ ଶୁକ୍ରବାର ଦିଗପହଣ୍ଡି ବିକାଶ ପରିଷଦ ର ସଭାପତି ତଥା ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘର ସଂପାଦକ ଅଶେଷ ନାଥ ମିଶ୍ର, କାର୍ଯ୍ୟକାରୀ ସଭାପତି କୂରେଶୁ ମହାରଣା,ପ୍ରମୁଖ ସାମାଜିକ କର୍ମୀ ପ୍ରଶାନ୍ତ ପୂଜାରୀ,ଟୁନା ଚୌଧୁରୀ ପ୍ରମୁଖ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ରେ ବସିରହିଥିଲେ। ଦିଗପହଣ୍ଡି ତହସିଲଦାର ତଥା ଏକ ଜି କ୍ୟୁଟିଭ୍ ମାଜିଷ୍ଟ୍ରେଟ ଅଦ୍ଵୈତ କୁମାର ସ୍ୱାଇଁ, ବ ମୋ କେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଭା ର ପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ନାୟକ ପ୍ରମୁଖ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ବୃନ୍ଦ ଶାନ୍ତିପୂର୍ଣ୍ଣ ଧାରଣା ରେ ବସିଥିବା ଦିଗପହଣ୍ଡି ବିକାଶ ପରିଷଦର ସଭାପତି ଅଶେଷ ନାଥ ମିଶ୍ରଙ୍କ ସହ ଏନେଇ ସବିଶେଷ ଆଲୋଚନା କରିବା ସହ ଖୁବଶୀଘ୍ର ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ବିକାଶ ପରିଷଦ ର ସଭାପତି ଜଣାଇଛନ୍ତି।ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର ରେ ଟୀକାକରଣ ଗତ କିଛିଦିନ ହେଲା କୌଣସି ଯଥେଷ୍ଟ କାରଣ ନଥାଇ ବନ୍ଦ ରଖାଯାଇଥିବା ବେଳେ କିଛି ନିର୍ଦ୍ଦିଷ୍ଟ ହାତଗଣତି ବ୍ୟକ୍ତିଙ୍କ ପକ୍ଷରୁ ରାଜନୈତିକ ଅଭିସନ୍ଧି ରଖି ଦିଗପହଣ୍ଡି ସହରାଞ୍ଚଳରେ ଟୀକାକରଣ ବନ୍ଦ ରଖାଯାଇଥିବା ଅଭିଯୋଗ ହୋଇଛି। ଦିଗପହଣ୍ଡି ସହରରେ ଜନ୍ମ ନେବା କଣ ପାପ କି? ସହର ର ଛାତି ଉପରେ ଠିଆ ହୋଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବୃଦ୍ଧା ବୃଦ୍ଧ ଙ୍କୁ କ ରୋନା ପ୍ରତିଷେଧ ଟୀକା ଦିଆନଯାଇ ଗ୍ରାମାଞ୍ଚଳ ଲୋକଙ୍କୁ ଟୀକା ପ୍ରଦାନ କରାଯିବା କାହା ସ୍ୱାର୍ଥରେ ବୋଲି ବିକାଶ ପରିଷଦର ସଭାପତି ପ୍ରଶ୍ନ କରିଛନ୍ତି। ଗ୍ରାମାଞ୍ଚଳ ଲୋକଙ୍କୁ ଯଥେଷ୍ଟ ପରିମାଣର ଟୀକା ଦିଆଯାଉ। କିନ୍ତୁ ସହରାଞ୍ଚଳ ଲୋକଙ୍କ ପାଇଁ ଆସିଥିବା ଟୀକା କୁଆଡେ ଗଲା । ତାହାର ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ପାଇଁ ଗଞ୍ଜାମ ଜିଲାପାଳ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ଏପରିକି ଟୀକା କରଣ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ବିଭାଗ ର ଦିଗପହଣ୍ଡି ବ୍ଳକ ପ୍ରୋଜେକ୍ଟ ଅଧିକାରୀ(ବି ପି ଓ) ଉମେଶ କୁମାର ସାବତଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବିକାଶ ପରିଷଦ ପକ୍ଷରୁ ଦାବୀ କରାଯାଇଛି। ଏନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ,ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ, ୫ ଟି ସଚିବ ଙ୍କ ସମେତ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି।


