ଆଜି ଆସିବେ ସ୍ୱତନ୍ତ୍ର ସଚିଵ ! ଅନୁଧ୍ୟାନ କଲେ ଜିଲ୍ଲାପାଳ

ଗଞ୍ଜାମ (‌ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲ୍ଲାର ଅନ୍ୟତମ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ପୋତାଗଡ଼ର ଉନ୍ନତି ପାଇଁ ରାଜ୍ୟ ସରକାର ଫୋକସ କରୁଥିବା ବେଳେ, ଏହାକୁ ବାସ୍ତବ ରୂପଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନାଲ କ୍ରୀଷ୍ଣ ଜାନୁଆରୀ ୨୬ ତାରିଖରେ ଗଞ୍ଜାମ ସହରରେ ଥିବା ଐତିହାସିକ ପୋତାଗଡ଼ ଅନୁଧ୍ୟାନ କରିଫେରିବା ପରେ ଗଞ୍ଜାମ ଜିଲ୍ଲାପାଳ ବାରମ୍ବାର ଗ୍ରସ୍ତକରି ନିଜ ଏହାର ତଦାରଖ କରୁଥିବା ଦେଖାଯାଇଛି। ଆସନ୍ତା କାଲି ଶୁକ୍ରବାର ଦିନ ପୁଣି ଥରେ ସ୍ୱତନ୍ତ୍ର ସଚିବ ପୋତାଗଡ଼ ଆସୁଥିବା ବିଶେଷ ସୂତ୍ରରୁ ସୁଚନା ମିଳିଥିବା ବେଳେ ଆଜି ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ପୋତାଗଡ଼ ଗ୍ରସ୍ତ କରି ପରିସର ସଫେଇ ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ ଓ ସମୀକ୍ଷା କରିଫେରି ଛନ୍ତି। ଏହି ସମୟରେ , ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ , ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାର ,ଗ୍ରାସୀମ ଇଣ୍ଡୋଷ୍ଟିଜର ମାନବ ସମ୍ବଳ ଅଧିକାରୀ କେ. ଜି.ଗ୍ୟାନିରିୟାଲ, ଡିଜିଏମ୍ ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପୋତାଗଡ଼ର ଉନ୍ନୟନ ପାଇଁ ସ୍ୱତନ୍ତ୍ର ନୋଡାଲ ଅଫିସର ଭାବେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଦ୍ବାଇତ୍ବରେ ରହି ତଦାରଖ କରୁଥିବା ଦେଖାଯାଇଛି । ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବଙ୍କ ଗ୍ରସ୍ତର୫୦ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ କୁଲାଙ୍ଗେ ନିଜ ତ୍ବତାବଧାନରେ ପୋତାଗଡ଼ ବିକାଶର ମନିଟରିଙ୍ଗ କରିବା ସହ ଚାରିଥର ଗ୍ରସ୍ତ କରିଅନୁଧ୍ୟାନ କରିଛନ୍ତି । ଖୁବଶୀଘ୍ର ପୋତାଗଡ ନୁତନ ରୂପରେଖରେ ପର୍ଯ୍ୟଟକ ଦେଖିବାକୁ ପାଇବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ