କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କଳାପତାକା ଦେଖାଇବାକୁ ଅପେକ୍ଷା କରିଥିବା ଯୁବ ଓ ଛାତ୍ର କଂଗ୍ରେସର ୮ଜଣ କର୍ମୀ ଅଟକ
ଛତ୍ରପୁର (ଦେବଦତ୍ତ ମହାରଣା) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳାପତାକା ଦେଖାଇବା ଲାଗି ଜାତୀୟ ରାଜପଥରେ ଜଗି ରହିଥିବା ଯୁବ ଓ ଛାତ୍ର କଂଗ୍ରେସର ୮ ଜଣ କର୍ମୀଙ୍କୁ ଛତ୍ରପୁର ପୁଲିସ କାବୁ କରିଛି । ଏୱାନ୍ ଢାବା ନିକଟ ୧୬ ନମ୍ବର ଜାତୀୟ ରାଜପଥ ଠାରେ କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ଦେଖାଇବା ଲାଗି ଅପେକ୍ଷା କରି ଗୋ ବେକ୍ ଧର୍ମେନ୍ଦ୍ର ପ୍ରଧାନ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ନାରା ଦେଇଥିବା ସମୟରେ ପୁଲିସ ଉକ୍ତ କର୍ମୀଙ୍କୁ ଉଠାଇ ନେଇିଥିଲା । ଗଞ୍ଜାମ ଯୁବ କଂଗ୍ରେସ କମିଟିର ସଭାପତି ବିଜୟରାଜ ପାଣିଗ୍ରାହୀ, ଛାତ୍ର କଂଗ୍ରେସର ପତିତପାବନ ଗନ୍ତାୟତ,ତତ୍ସତ୍ ସୁବୁଦ୍ଧି, ତନ୍ମୟ ନାୟକ, ରଙ୍ଗାରାଜ ପାଣିଗ୍ରାହୀ, ଆକାଶ ଗୌଡ, ସନ୍ଦିପ୍ ନାୟକ, ତିର୍ଥବାସୀ ଦାଶ ପ୍ରାୟ ୮ଜଣ କଂଗ୍ରେସ କର୍ମୀକୁ ଥାନାରେ ଅଟକ ରଖାଯାଇଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।


