୩ଟି ଜରୁରୀ ସେବା ଲାଗି ୧୧୨ ଗାଡି ବ୍ୟବସ୍ଥାର ଶୁଭାରମ୍ଭ
ଛତ୍ରପୁର (ଦେବଦତ୍ତ ମହାରଣା) : ପୁଲିସ, ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ୩ଟି ଜରୁରୀ ସେବା ଲାଗି ଏବେ ଆଉ ଭିନ୍ନ ଭିନ୍ନ ନମ୍ବକୁ କଲ୍ କରିବାକୁ ପଡିବ ନାହିଁ । ୧୧୨ ନମ୍ବରକୁ କଲ୍ କରିଲେ ଏହି ସମସ୍ତ ଜରୁରୀ ସେବା ମିଳିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ଜରୁରୀ ସେବା ନିମନ୍ତେ ତୁରନ୍ତ ସେବା ଯୋଗାଇବା ପାଇଁ ୧୧୨ ଗାଡିର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ସେହିପରି ଗଞ୍ଜାମ ପୁଲିସ ଜିଲ୍ଲାର ୧୧୨ ଗାଡିକୁ ଗଞ୍ଜାମ ଏସ୍.ପି. ବ୍ରିଜେଶ୍ କୁମାର ରାଏ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅହିଅବସରର ଅନ୍ୟମାନଂକ ମଧ୍ୟରେ ଆସିଷ୍ଟାଣ୍ଟ୍ କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।


