କ୍ରୀଡ଼ା ଓ ଯୁବ ବ୍ୟାପାର କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ମାଳଦ୍ୱୀପ ମଧ୍ୟରେ ଏମଓୟୁକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ, , (ଓ୍ବାଇଏନ୍ଏସ୍) : କ୍ରୀଡ଼ା ଏବଂ ଯୁବ ବ୍ୟାପାର କ୍ଷେତ୍ରରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ) ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ଅବଗତ କରାଯାଇଥିଲା। ଏହି ଏମଓୟୁ ଭାରତର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ମାଳଦ୍ୱୀପର ଯୁବବ୍ୟାପାର, କ୍ରୀଡ଼ା ଓ ଗୋଷ୍ଠୀ ସଶକ୍ତିକରଣ ମନ୍ତ୍ରଣାଳୟ ମଧ୍ୟରେ ନଭେମ୍ବର ୨୦୨୦ରେ ସ୍ୱାକ୍ଷରିତ ହୋଇଥିଲା। ଭାରତ ଓ ମାଳଦ୍ୱୀପ ମଧ୍ୟରେ କ୍ରୀଡ଼ା ଓ ଯୁବବ୍ୟାପାର କ୍ଷେତ୍ରରେ ଦ୍ୱିପାକ୍ଷିକ ବିନିମୟ କାର‌୍ୟ୍ୟକ୍ରମ ଫଳରେ କ୍ରୀଡ଼ା ବିଜ୍ଞାନ, କ୍ରୀଡ଼ା ଔଷଧ, ପ୍ରଶିକ୍ଷଣ କୌଶଳ, ଯୁବ ମହୋତ୍ସବ ଏବଂ କ୍ୟାମ୍ପରେ ଅଂଶଗ୍ରହଣକ୍ଷେତ୍ରରେଜ୍ଞାନ ଓ ବିଶେଷଜ୍ଞତା ବୃଦ୍ଧି ପାଇବ। ଏହା ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଆମର କ୍ରୀଡ଼ାବିତ ମାନଙ୍କର ପ୍ରଦର୍ଶନରେ ଉନ୍ନତି ଆଣିବା ସହିତ ଭାରତ ଓ ମାଳଦ୍ୱୀପ ମଧ୍ୟରେଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବ। ମାଳଦ୍ୱୀପ ସହିତ କ୍ରୀଡ଼ା ଓ ଯୁବ ବ୍ୟାପାର କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଜାତି, ଧର୍ମ, ବର୍ଣ୍ଣ ଏବଂ ଲିଙ୍ଗ ନିର୍ବିଶେଷରେ ସମସ୍ତ କ୍ରୀଡ଼ାବିତମାନଙ୍କ ପାଇଁ ସମାନ ଭାବେ ଲାଗୁ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ