ଦେବୀ ମୁହାଣର ନିଷିଦ୍ଧାଞ୍ଚଳରୁ ଟ୍ରଲର ଜବତ ୧୭ ଅଟକ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ଦେବିମୁହାଁଣ ର ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛମାରୁଥିବା ଏକ ଟ୍ରଲରକୁ ବନ ବିଭାଗ ଓ ମତ୍ସ୍ୟ ବିଭାଗର ମିଳିତ ପେଟ୍ରୋଲିଙ୍ଗ ଟିମ ଶୁକ୍ରବାର ଅପରାହ୍ନ ରେ ଜବତ କରିଛି.ଜବତ ଟ୍ରଲରଟି ବାଲେଶ୍ୱର ଅଞ୍ଚଳର ଓ ଏହାର ନମ୍ବର IND OR01 MM 798 ବୋଲି ଜଣାପଡିଛି. ଜବତ ଟ୍ରଲରରେ ଥିବା ସତର ଜଣ ମତ୍ସ୍ୟଜୀବିଙ୍କୁ ଅଟକ ରଖାଯାଇଥିବାବେଳେ ଜବତ ଟ୍ରଲର ଟିକୁ ନୂଆଗଡ ଜେଟୀକୁ ଅଣାଯାଉଛି ବୋଲି ଅସ୍ତରଙ୍ଗ ଅତିରିକ୍ତ ମତ୍ସ୍ୟ ଅଧିକାରୀ ସୁଧାଂଶୁ ମଲିକ ପ୍ରକାଶ କରିଛନ୍ତି. ଶନିବାର ଦିନ ଜବତ ଟ୍ରଲର ରୁ ମାଛ କଢ଼ାଯାଇ ନିଲାମ କରାଯିବ ସୂଚନା ମିଳିଛି. ଏଠାରେ ସୂଚନା ଯୋଗ୍ୟ ଯେ ବିରଳ ଜାତୀୟ ଅଲିଭ ରିଡ଼ଲେ କଇଁଚ ମାନଙ୍କ ସୁରକ୍ଷା ପାଇଁ ଅସ୍ତରଙ୍ଗ ଦେବୀ ମୁଂହାଣକୁ ରାଜ୍ୟସରକାର ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ