ଧାନ ବିକ୍ରି କରିନପାରି ରାଜ୍ୟ ରାଜପଥକୁ ଅବରୋଧ କଲେ ଚାଷୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ଶନିବାର ପୂର୍ବାହ୍ନ ୧୦ଟା ଠାରୁ ଭଦ୍ରକ ବ୍ଲକ କାଉପୁର ସେବା ସମବାୟ ସମିତିର ଚାଷୀ ମାନେ ଟୋକନ୍ ଲାପ୍ସ କରିବା ଓ ଟାର୍ଗେଟ ନଥିବାରୁ ଯୋଗୁ ଧାନ ବିକ୍ରି କରିପାରୁନଥିବା ପ୍ରତିବାଦରେ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବରପଦା ବଜାର ଠାରେ ରାସ୍ତାକୁ ଅବରୋଧ କରିଥିବା ଜଣାଯାଇଛି । ଫଳରେ ଉପରୋକ୍ତ ରାଜପଥରେ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଭଦ୍ରକରୁ ଆସୁଥିବା ଗାଡି ଗୁଡିକ କୋରଣ୍ଟ ଛକ ଠାରୁ ଫେକର ରାସ୍ତା ଦେଇ ଭାୟା ରାମକୃଷ୍ଣପୁର ହୋଇ ଗଣିଜାଙ୍ଗ ବଜାରରେ ଉଠୁଥିବାର ଦେଖିବାକୁ ମିଳିଛି । ଦୀର୍ଘ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ôଚ ନଥିବା ଜଣାଯାଇଛି ।