ଜଳ ସେଚନ ବିଭାଗ ସେକ୍ସନ ୨ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବନ୍ତ,(ଚାନ୍ଦିନୀ ମହାନ୍ତି ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ଜଳ ସମ୍ପଦ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସେଵା ସଂକଳ୍ପ ଅଭିଯାନ ୨୦୨୬ ଅଧିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ଗୁରୁବାର ଶାଳପଡା ବୈତରଣୀ ଜଳ ସେଚନ ବିଭାଜନ ତଥା ଶାଳନିଆ ଉପଖଣ୍ଡ ଅଧିନ ବନ୍ତ ଜଳ ସେଚନ ବିଭାଗ ସେକ୍ସନ ୨ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜଳ ସେଚନ କାର୍ଯ୍ୟାଳୟ କଲୋନୀରେ ବୃକ୍ଷରୋପଣ କରାଯାଇଥିଲା। ପରେ ମରୈଗାଁ ଠାରେ ହାଟଡିହି ଶାଖା କେନାଲ ବନ୍ଧ ପାର୍ଶ୍ଵରେ କଦମ୍ବ, ଅଶୋକା, କୃଷ୍ଣଚୂଡ଼ା, ନିମ୍ବ, ସିମିଳି ଆଦି ୧୨୦ ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଏସଡିଓ ସୁସ୍ମିତା ନାୟକ, କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, କର୍ମଚାରୀ ପ୍ରଶାନ୍ତ କୁମାର ରାଉତ, ପାଣି ପଞ୍ଚାୟତର କର୍ମକର୍ତ୍ତା ସୁଧୀର କୁମାର ନାୟକ, ପ୍ରବୀର କୁମାର ରାଉତ, ରାହୁଲ ଅମିନ, ଅଜୟ କୁମାର ବେହେରା, ମାନସ କୁମାର ଦାସ, ପ୍ରଦୀପ କୁମାର ପହି, ନୃସିଂହ ଚରଣ ପରିଡା, ରବିନ୍ଦ୍ର କୁମାର ସେଠୀ, ନିର୍ମଳ ବାରିକଙ୍କ ସମେତ ୧୧ ପାଣି ପଞ୍ଚାୟତର ୨୦ ଜଣ କର୍ମକର୍ତ୍ତା ଓ ଚାଷୀ ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିବ। ଏହା ମଧ୍ୟରେ ସମସ୍ତ ପାଣି ପଞ୍ଚାୟତ ଅଧିନ କେନାଲ ବନ୍ଧ ପାର୍ଶ୍ଵରେ ବୃକ୍ଷରୋପଣ କରାଯିବ ବୋଲି ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ