ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଜାତୀୟ ସଂହତି ଶିବିର

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :କ୍ୟାମ୍ପର ପ୍ରଥମ ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ କମିଶନରଙ୍କ ଦ୍ୱାରା କ୍ୟାମ୍ପ ଡାଇରେକ୍ଟର ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ, କ୍ୟାମ୍ପ କମାଣ୍ଡାଣ୍ଟ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକ, କ୍ୟାମ୍ପ ଆଡିସିନାଲ କମାଣ୍ଡାଣ୍ଡ ଶ୍ରୀମତୀ ଅନାମିକା ଦାସ, ଶ୍ରୀମତୀ ପ୍ରିୟଦର୍ଶିନୀ ମହାପାତ୍ର, ଶ୍ରୀ ସୁରଜିତ୍ ସେନ୍‌, ଶ୍ରୀମତୀ ପୁଷ୍ପାଞ୍ଜଳି ମହାପାତ୍ର, କ୍ୟାମ୍ପ ଡେପୁଟି କମାଣ୍ଡାଣ୍ଟ ଶ୍ରୀ ଚନ୍ଦନ ଦାଶ ଏବଂ ଶ୍ରୀ ଅଭିମନ୍ୟୁ ବିଶ୍ୱାଳଙ୍କୁ ସ୍କାର୍ଫ, ଓଗଲ ଓ ପରିଚୟ ପତ୍ର ଦେଇ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡସ୍ଥିତ ରାଜ୍ୟ ତାଲିମ କେନ୍ଦ୍ର୍ର ପରିସରରେ ଆୟୋଜିତ ଜାତୀୟ ସଂହତି ଶିବିର ତା୧୯ା୦୩ା୨୧ରିଖ ସନ୍ଧ୍ୟା ୫ ଘଟିକା ସମୟରେ ଉଦ୍‌ଘାଟିତ ହୋଇଯାଇଛି । ମା’ ବରୁଣେଇଙ୍କ ପାଖରୁ ମଶାଲ ନେଇ ରୋଭର ସ୍କାଉଟମାନେ ପହଞ୍ଚିଲା ପରେ ସେହି ଜ୍ୟୋତିରୁ ଖୋର୍ଦ୍ଧାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ପ୍ରଦୀପ ପ୍ରଜ୍ୱଳନ ଏବଂ ପତାକା ଉତ୍ତୋଳନ ପୂର୍ବକ ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି, ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ର ପ୍ରମୁଖ ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିବାକୁ ଯାଇ ଶିବିରର ଉଦ୍ଦେଶ୍ୟ ତଥା ରାଜ୍ୟ ସଂଗଠନର ବର୍ଷ ବ୍ୟାପୀ ବିଭିନ୍ନ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ମାନ୍ୟବର ବିଧାୟକ ମହୋଦୟ ରାଜ୍ୟ ସଂଗଠନର ଏଭଳି ଏକ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନରେ ସନ୍ତୋଷପ୍ରକଟ କରିବା ସହିତ ସ୍କାଉଟ ଓ ଗାଇଡ୍ ସଂଗଠନ ପ୍ରତ୍ୟେକ କ୍ଷେତ୍ରରେ ସର୍ବଦା ଉଲ୍ଲେଖନୀୟ କାର୍ଯ୍ୟ ସଂପାଦନ କରିଆସିଛି ବୋଲି ଅଭିହିତ କରିଥିଲେ । ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ଉକ୍ତ ଶିବିର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ପାରସ୍ପରିକ ସ୍ନେହ ଓ ବନ୍ଧୁତା ସ୍ଥାପନ ପୂର୍ବକ ସମାଜରେ ଭାଇଚାରାର ଭାବ ଉଦ୍ରେକ କରିବା ପାଇଁ ପ୍ରେରଣାଦାୟକ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ମିତ୍ର ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଶ୍ରୀ ମହାନ୍ତି ପ୍ରତ୍ୟେକ କାର୍ଯ୍ୟରେ ଓଡିଶା ସଂଗଠନ ସବୁବେଳେ ଅଗ୍ରଣୀ ଭୂମିକା ନିର୍ବାହ କରି ଆସିଥିବାରୁ ସାଧୁବାଦ ଜଣାଇଥିଲେ । ଶିବିରାର୍ଥୀମାନଙ୍କ ଦ୍ୱାରା ଏକ ରଙ୍ଗିନ୍ ଜାତୀୟ ସଂହତି ନୃତ୍ୟ ପରିବେଷଣ କରାଯାଇଥିଲା ଯେଉଁଥିରେ କି ପ୍ରାୟ ୩୫୦ ଜଣ ଶିବିରାର୍ଥୀ ଭିନ୍ନ ଭିନ୍ନ ପୋଷାକ ପିନ୍ଧି ଯୋଗଦେଇଥିଲେ । ତୃତୀୟ ଓ ଚତୁର୍ଥ ଦିନରେ ଈ.ଚ. ଋଙ୍ଘରକ୍ସମସଗ୍ଦର, ଇରକ୍ସକ୍ଟଭସମଗ୍ଦ, ଣକ୍ଟଶବଗ୍ଦବଦ୍ଭ ଆଦି ଶାରୀରିକ ବ୍ୟାୟାମ କରିବା ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ, ଦୁଃସାହାସିକ କ୍ରୀଡା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ଶିବିରର ପରିବେଶକୁ ଚିତାକର୍ଷକ କରିପାରିଥିଲା । ଶାରୀରିକ କ୍ରୀଡାକୌଶଳ, ସାମରିକ ବାଦ୍ୟଧ୍ୱନୀ, କଲରପାର୍ଟି, ଦଳଗତ ନୃତ୍ୟ ଇତ୍ୟାଦି ସହିତ ବକ୍ତୃତା, ର‌୍ୟାମ୍ପ ୱାକ୍‌, କୌତୁକ ପୋଷାକ ପରିଧାନ, ବ୍ୟାଣ୍ଡ ପ୍ରଦର୍ଶନ ଇତ୍ୟାଦି ବିଭିନ୍ନ ପ୍ରକାରର ଏକକ ତଥା ଦଳଗତ ପ୍ରତିଯୋଗିତା କରାଯାଇଥିଲା । ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ରାଜିର ପ୍ରଦର୍ଶନ ସହିତ ସେମାନଙ୍କର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ପଥ ପ୍ରକାଶ କରିଥିଲା । ବିଭିନ୍ନ ଜିଲ୍ଲା ଦ୍ୱାରା ଆୟୋଜିତ “ଗ୍ରାମ୍ୟ ହାଟ”ରେ ବୁଲି ବୁଲି କିଣାକିଣି କରିବା ସହିତ ଭିନ୍ନ ସ୍ୱାଦର ଖାଦ୍ୟ ପଦାର୍ଥର ଆକର୍ଷଣ ବୟସ୍କମାନଙ୍କୁ ମଧ୍ୟ ମତୁଆଲା କରିଥିଲା । ରାଜ୍ୟ ସାଂଗଠନିକ କମିଶନର (ଗାଇଡ୍‌) ଶ୍ରୀମତୀ ଅନାମିକା ଦାସଙ୍କ ନେତୃତ୍ୱ ଅନ୍ୟାନ୍ୟ ରାଜ୍ୟ କର୍ମକର୍ତ୍ତାମାନଙ୍କ ନିରବଚ୍ଛିନ୍ନ କର୍ମ ସମ୍ପାଦନ ସହିତ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତା, ୟୁନିଟ୍ ଲିଡରସ୍ ସର୍ବୋପରି ସ୍କାଉଟ ଗାଇଡ୍‌ମାନଙ୍କ କର୍ତ୍ତବ୍ୟ ନିଷ୍ଠା ଏହି ଶିବିରକୁ ସଫଳ କରିପାରିଥିଲା । ରାଜ୍ୟ ସରକାରରେ କାର୍ଯ୍ୟରତ ଉଚ୍ଚପଦାଧିକାରୀମାନଙ୍କ ଆଗମନ ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ଆଗକୁ ଯିବା ନିମନ୍ତେ ପ୍ରେରଣା ଯୋଗାଇଥିଲା । ଉଦ୍‌ଯାପନ ଉତ୍ସବରେ ଓଡିଶା ସରକାରଙ୍କର ଅତିରିକ୍ତ ସଚିବ ଶ୍ରୀ ଅଶୋକ କୁମାର ରଥ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର, ପଦକ ଏବଂ ଫଳକ ଦ୍ୱାରା ସମ୍ମାନିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ