ମୃତ ଶ୍ରମିକଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଦାବୀ କଲା ଭାରତୀୟ ବିକାଶ ପରିଷଦ

ଛତ୍ରପୁର (ଦେବଦତ୍ତ ମହାରଣା) : ଭାରତୀୟ ବିରଳ ମୃତ୍ତିକା (ଆଇଆରଇ) କମ୍ପାନୀର ମୃତ ଶ୍ରମିକଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିବା ସମେତ କମ୍ପାନୀରେ ଜନୈକ କର୍ମଚାରୀ ଏକ ନିର୍ଦ୍ଦିଷ୍ଟ ବିଭାଗରେ ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଦାୟିତ୍ୱରେ ରହି ନିଜ ସ୍ୱାର୍ଥ ନିମନ୍ତେ ବିଭିନ୍ନ ଦୁର୍ନିତୀରେ ଲିପ୍ତ ରହିଆସୁ ଥିବା ଅଭି ଯୋଗ ହୋଇଆସୁଛି । ଅଂଚଳର ଶ୍ରମିକ ମାନଙ୍କୁ ନିଯୁକ୍ତି ନଦେବା କ୍ଷେତ୍ରରେ ଉକ୍ତ କର୍ମଚାରୀଙ୍କ ଭୂମିକା ରହିଥିବାରୁ ଉକ୍ତ କର୍ମଚାରୀଙ୍କୁ ତୁରନ୍ତ ଏଠାରୁ ବଦଳି କରିବା, ମୃତ ଶ୍ରମିକଙ୍କ ଉତ୍ତରାଧିକାରୀଙ୍କୁ ତୁରନ୍ତ ଥଇଥାନ କରି ନିଯୁକ୍ତି ପ୍ରଦାନ କରିବା ସହ ରେଡ ଅକ୍ସସାଇଡ ପ୍ଲାଣ୍ଟ ନିର୍ଗତ ପ୍ରଦୂଷିତ ବାୟୁଦ୍ୱାରା ଅଂଚଳର ବହୁ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏହାସହ ଅଂଚଳର ଧାନ ଓ ଅନ୍ୟାନ୍ୟ ଫସଲରେ ହାନି ଘଟୁଛି । ଆଇଆରଇ ପକ୍ଷରୁ ସିଏସଆର ପାଣ୍ଠିରୁ ନୀୟମାନୁଯାୟୀ ଶତକଡା ୫ଭାଗ ସ୍ଥାନୀୟ ଅଂଚଳରେ ଥିବା ରାସ୍ତା, ସ୍ୱାସ୍ଥ୍ୟ , ବୃକ୍ଷ ରୋପଣ , ଶିକ୍ଷା ଓ ଅନ୍ୟାନ୍ୟ ଜନକଲ୍ୟାଣ କାର୍ଯ୍ୟରେ ନକରି କେବଳ ବର୍ଷରେ ଗୋଟିଏ ବା ଦୁଇଟି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରାଇବା ଆଳରେ ସିଏସଆର ପାଣ୍ଠିରୁ ଅର୍ଥ ଜନୈକ କର୍ମଚାରୀ ଆତ୍ମସାତ୍ କରୁଛନ୍ତି । ତେଣୁ ଏହାର ଉଚିତ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ ନେଇ ଆଜି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏ.ତୋଟାପଲ୍ଲୀ ଗ୍ରାମସ୍ଥିତ ବ୍ୟାଘ୍ରଦେବୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୃତ ଶ୍ରମିକଙ୍କ ପରିବାରବର୍ଗଙ୍କ ସମେତ ବିକାଶ ପରିଷଦର ନେତୃବୃନ୍ଦ ଯୋଗଦେଇ ଆଇଆରଇ କମ୍ପାନୀର ଏଭଳି କାର୍ଯ୍ୟକୁ ଦୃଢ ନିନ୍ଦା କରିବା ସହ ସେମାନଙ୍କ ଦାବୀ ପୁରଣ ନ କଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଆଲୋଚନା ହୋଇଛି । ଅଂଚଳର ଶ୍ରମିକ ମାନଙ୍କୁ ନିଯୁକ୍ତି ନଦେବା କ୍ଷେତ୍ରରେ ଉକ୍ତ କର୍ମଚାରୀଙ୍କ ଭୂମିକା ରହିଥିବାରୁ ଉକ୍ତ କର୍ମଚାରୀଙ୍କୁ ତୁରନ୍ତ ଏଠାରୁ ବଦଳି କରିବାକୁ ମଧ୍ୟ ଦାବୀ ହୋଇଛି । ବୈଠକରେ ଭାରତୀୟ ବିକାଶ ପରିଷଦର ଜିଲ୍ଲା ଉପସଭାପତି (ସଂଗଠକ) ବୃନ୍ଦାବନ ବେହେରା , ଦୀପକ କୁମାର ପଣ୍ଡା, ଗୁରୁ ଚରଣ ପାତ୍ର, ସୂର୍ଯ୍ୟନାରାୟଣ ବେହେରା, ମାଟିଖାଲ ଗ୍ରାମର ଦଣ୍ଡପାଣି , ଜୀବନ ଜିବୀକା ପରିବେଶ ସୁରକ୍ଷା ମଞ୍ଚର ଆବାହାକ ଗୁରୁଦେବ ବେହେରା, ନୃସିଂହ ଗୌଡ, ଅବନୀକାନ୍ତ ସାହୁ, ତପନ କୁମାର ପାତ୍ର, ସୁଶାନ୍ତ ନାୟକ, ସୁଶାନ୍ତ ଶବର ଓ ସନ୍ତୋଷ ବେହେରା, ଅବନୀ ସାହୁ,ନରସିଂହ ପ୍ରଧାନ, ତପନ ପାତ୍ର, ପୂର୍ବତନ ବ୍ରହ୍ମପୁର କର୍ପୋରେଟର ବିରେନ୍ ପଟ୍ଟନାୟକ, ବନ୍ଦୁ ପ୍ରଧାନ ହରି ପ୍ରଧାନ ଙ୍କ ସମେତ ବହୁ ମୃତ ଶ୍ରମିକଙ୍କ ପରିବାରର ସଦସ୍ୟ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ