ଶିବନାରାୟଣ ମହିଳା ସଂଘ ପକ୍ଷରୁ ମଦ ବିରୋଧି ସଚେତନତା

ହାଟଡିହି, (ବିକାଶ ବିଶ୍ୱାଳ ) : ସୋସୋ ସ୍ତିତ ଶିବନାରାୟଣ ମହିଳା ସଂଘ ପକ୍ଷରୁ ରାଇବାର ଅପରାହ୍ନରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ସସ୍ମିତା ନାୟକ, ଅନିମା ରାଉତ, କବିତା ନାୟକ, ଝୁନୁ ଜେନା, ଲକ୍ଷ୍ମୀପ୍ରୀୟା ରାଉତ, ଟୁଟୁ ନାହାକ, ଅଖଜି ପାତ୍ର, ଲକ୍ଷ୍ମୀ ନାଇକ, ସୀତା ବିଶ୍ୱାଳ, ମମତା ନାଇକ, ମିନତୀ ପଲେଇ, ଟିକିନା ଦେହୁରୀ, ଶାନ୍ତିଲତା ଦେହୁରୀ, ମାମା ନାହାକ, ଲକ୍ଷ୍ମୀ ନାହାକ, ଗଉରୀ ଗିରି, ଖୁସି ବେହେରାଙ୍କ ସମେତ ଶତାଧିକ ମହିଳା ସଦସ୍ୟା ସୋସୋ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ମଦ ବିରୋଧି ଶ୍ଳୋଗାନ ମାନ ଦେବାସହ ବାଲ୍ୟ ବିବାହ ରୋକିବା, ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଭଳି ଶ୍ଳେଗାନମାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ଏ ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ଯୋଗୁଁ ଯୁବକମାନେ ବିପଥଗାମୀ ହେବାସହ ଅନେକ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏହାକୁ ରୋକିବାକ୍ଷେତ୍ରରେ ପ୍ରଶାସନ ଗୁରୁତ୍ୱ ଦେବାକୁ ସେମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ