ମୋହନା ବନ ବିଭାଗ ପକ୍ଷରୁ ବିଶ୍ୱ ବନଦିବସ ପାଳିତ
ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ବନଖଣ୍ଡ ଅଧିକାରୀ ସଂଗ୍ରାମକେଶରୀ ବେହେରା ଙ୍କ ନିଦେଶ କ୍ରମେ ମୋହନା ବନ ବିଭାଗ ଅଧିକାରୀଣି କଳ୍ପନା ନାୟକଙ୍କ ତତ୍ୱାବଦନରେ ବନବିଭାଗ କର୍ମଚାରୀଙ୍କ ମିଳିତ ଭାବେ ବିଶ୍ୱବନଦିବସ ପାଳିତ ରବିବାରଦିନ ପାଳିତ ହୋଇଯାଇଛି, ଅହିଅବସରରେ ଅଡବା ଡ଼ାକବଙ୍ଗଳାଠାରେ ମୁଖ୍ୟ ଅତିଥି ଭାବେ ଅଡବା ସରପଞ୍ଚ ପ୍ରଦୀପ ଦଳବେହେରା, ଆଦର୍ଶବିଦ୍ୟାଳୟର ଶିକ୍ଷକ ଅଜିତ କୁମାର ମୁନି, ବନବାସୀ କଲ୍ୟାଣ ଆଶ୍ରମ ସଭାପତି ଗୌରହରି ବେହେରା , ଲିପିକା ସଂଯୋଜକ ଅକ୍ଷୟକୁମାର ଶତପଥୀ ଓ ଅଂଚଳର ବିଭିନ ସ୍ଥାନର ମହିଳା ଗୃପ ମାହିଆ ମାନଙ୍କ ସମେତ ଅଂଚଳର ବହୁ ଜନ ସାଧାରଣ ଉପସ୍ଥିତ ରହିଥିଲେ, ପ୍ରଥମେ ଏକ ରାଲି ବାହାରି ଅଡବା ବଜାର ପରିକ୍ରମା କରିବା ସହ ଜଙ୍ଗଲ ବଞ୍ଚାଓ, ଜଙ୍ଗଲରେ ନିଆଁ ନ ଲଗାଅ ଜଙ୍ଗଲ ଜନ୍ତୁ କୁ ସୁରକ୍ଷା ଦେବା ସମେତ ବିଭିନ ନାରା ବାଜି ଦେଇ ଥିଲେ, ଶେଷରେ ଆକ୍ବିତକ ଅନୁଷ୍ଠିତହୋଇଥିଆ ସେଥିରେ ଉପସ୍ଥିତ ରହିଥିବା ସମସ୍ତଙ୍କୁ ବନ ସୁରକ୍ଷା ନେଇ ସଚେତନ କରାଯାଇଥଲା, ଶେଷରେ ଅଶୀଥିବା ସମସ୍ତଙ୍କୁ ବନ ବିଭାଗପକ୍ଷରୁ ଧନ୍ୟବାଦ ଦିଆଯାଇଥିଲା, ଅହିଅବସରରେ ଆଗାମୀ ଦିନରେ ପ୍ରତେକ ଗ୍ରାମରେ ସଚେତନ କରାଇବା ପାଇଁ ଗ୍ରାମ ମୁଖ୍ୟ ମାନଙ୍କୁ କୁହାଯିବାସହ ସଚେତନ କରାଯାଇ ଜଙ୍ଗଲରେ କିପରି ନିଆଁ ଲାଗିଲେ ଖ୍ୟାତି ହୁଏ ସେନେଇ ବୁଝାଇବା ସହ ଏହାକୁ ସୁରକ୍ଷା ଦେବାପାଇଁ କୁହାଯାଇଥିଲା, ଜଙ୍ଗଲ ଆମ ମା ତେଣୁ ତାକୁ ବଞ୍ଚେଇବା ଆମ କାମ ବୋଲି ମୋହନା ବନ ବିଭାଗ ଅଧିକରିଣୀ ସୁଶ୍ରୀ ନାୟକ ଅହିଅବସରରେ ଉପସ୍ଥିତ ସମସ୍ତଙ୍କୁ କହିଥିଲେ.