ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ବୈଠକ

ବୁଗୁଡା, (ଅନିଲ କୁମାର ମହାରଣା):ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ, ବେତାରସିଂ ଅଞ୍ଚଳର ଏକ ସାଧାରଣ ବୈଠକ ମାର୍ଚ୍ଚ ୨୧ ତାରିଖ ଦିନ ସଭାପତି ଗୌର ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମଣ୍ଡଳ ଓ ଅଞ୍ଚଳ କମିଟି କର୍ମକର୍ତ୍ତାଙ୍କ ସମେତ ୧୬ ଖଣ୍ଡ ଗ୍ରାମ କମିଟି କର୍ମକର୍ତ୍ତା ଓ ସମାଜ ସଦସ୍ୟ ବୃନ୍ଦ ଯୋଗଦେଇଥିଲେ। ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ସହ ସମାଜର ଏକତା ଓ ଶୃଙ୍ଖଳା ଉପରେ ଆଲୋଚନା ହୋଇଥିଲା। ପୂର୍ବତନ ସଭାପତି ଓ ସମ୍ପାଦକ ନୂତନ କମିଟିକୁ ଦାୟିତ୍ୱ ହସ୍ତାନ୍ତର କରି ନଥିବା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକରେ ଉପସଭାପତି ଗଙ୍ଗାଧର ବିଷୋୟୀ, ସମ୍ପାଦକ ଡାକ୍ତର ଅମ୍ବିକା ପ୍ରସାଦ ବିଷୋୟୀ, ଉପଦେଷ୍ଟା ଦଣ୍ଡପାଣି ପ୍ରଧାନ, ସଂଗଠନ ସମ୍ପାଦକ ଅନ୍ତର୍ଯ୍ୟାମୀ ସ୍ଵାଇଁ ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ