ଜିଲ୍ଲାପାଳଙ୍କ ସ୍ମାର୍ଟ ଶ୍ରେଣୀଗୃହ ଓ ଉନ୍ନୟନ ପ୍ରକଳ୍ପର ସମୀକ୍ଷା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟରେ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ପ୍ରଚଳନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ସୂଚନା ଅନୁଯାୟୀ ଆସନ୍ତା ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ହିଞ୍ଜିଳି ବ୍ଲକ ଓ ପୌରାଞ୍ଚଳର ୨୫ ଟି ବିଦ୍ୟାଳୟରେ ସେଣ୍ଟର ଅଫ ଏକ୍ସେଲେନ୍ସି ବ୍ୟବସ୍ଥା ଅନୁଯାୟୀ ସ୍ମାର୍ଟ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଶେଷ କରିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ଧାର୍ଯ୍ୟ ସମୟ ପୂର୍ବରୁ ଏହି ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଚାଲିଥିବା ସ୍ମାର୍ଟ ଶ୍ରେଣୀଗୃହର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଛି।ଏହି ଉପଲକ୍ଷେ ସ୍ମାର୍ଟ ଶ୍ରେଣୀଗୃହ ଗୁଡ଼ିକର ନିର୍ମାଣ କାର୍ଯ୍ୟ ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ବୁଧବାର ହିଞ୍ଜିଳି ବ୍ଲକ ଗସ୍ତ କରି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ।ଜିଲ୍ଲାପାଳ ପୌରାଞ୍ଚଳର ୬ନଂ ୱାର୍ଡ,ସାରୁ,ଖରିଡା ଓ ଭାବନ୍ଧ ପଞ୍ଚାୟତ ଗସ୍ତ କରିଥିଲେ।ଜିଲ୍ଲାପାଳ ପୌରାଞ୍ଚଳର ୬ନଂ ୱାର୍ଡ ପରିଦର୍ଶନ କରିବା ସହ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରିଥିଲେ।ସାରୁ ପଞ୍ଚାୟତରେ ଜିଲ୍ଲାପାଳ ପହଞ୍ଚି ସାରୁ ଉଚ୍ଚ ବିଦ୍ୟାଳୟର ଉନ୍ନତ ମାନର ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ନେଇ ସନ୍ତୋଷ ପ୍ରକାଶ କରିଥିଲେ।ପରେ ଛାତ୍ର ଛାତ୍ରୀ ଙ୍କ ସହ ମତ ବିନିମୟ କରି ସେମାନଙ୍କ ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ।ପରେ କେଟଲ ହଷ୍ଟେଲ ନିର୍ମାଣ ପାଇଁ ଆଲୋଚନା କରିଥିଲେ।ସେଠାରୁ ଖରିଡା ପଞ୍ଚାୟତ ସ୍ଥିତ ଖରିଡା ଉଚ୍ଚ ବିଦ୍ୟାଳୟରେ ଉନ୍ନତ ମାନର ସ୍ମାର୍ଟ ଶ୍ରେଣୀଗୃହ ପରିଦର୍ଶନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ସହ ପାଠ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।ସେଠାରୁ ଫେରି ଜିଲ୍ଲାପାଳ ଭାବନ୍ଧ ପଞ୍ଚାୟତ ସ୍ଥିତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସ୍ମାର୍ଟ ଶ୍ରେଣୀଗୃହ ଓ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।ଜିଲ୍ଲାପାଳଙ୍କ ସହ ବିଡିଓ ପ୍ରସନ୍ନ କୁମାର ପାତ୍ର,ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା,କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାସ, ଦିଲ୍ଲୀପ କୁମାର ମିଶ୍ର ଓ ଜାନକୀ ପାତ୍ର,ପିଇଓ ସୁଶାନ୍ତ କୁମାର ପାତ୍ର,ସରପଞ୍ଚ ରଘୁନାଥ ବେହେରା,ପିଇଓ ଏସ ରାଜେଶ ରାଓ,ଅଜିତ ପାତ୍ର,ଜିଆରଏସ ଶ୍ରୀକାନ୍ତ ପଣ୍ଡା ଓ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ