ଦେଶରେ ଉପରମୁହାଁ କରୋନା ସଂକ୍ରମଣ; ୨୪ ଘଣ୍ଟାରେ ୫୩ ହଜାର ନୂଆ ପଜିଟିଭ

 

ନୂଆଦିଲ୍ଲୀ (ୱାଇଏନ୍‌ଏସ୍ ) : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବଢୁଥିବା ବେଳେ ଗୁରୁବାର ଦିନ ୫୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂଖ୍ୟା ୧,୧୭,୮୭,୫୩୪କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି ।କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୩,୪୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ପାଖାପାଖି ୨୫୧ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସୁସ୍ଥ ହୋଇଛନ୍ତି ୨୬,୪୯୦ ଜଣ।ଏଯାବତ୍ ଆକ୍ଟିଭ୍ କେସ୍ ୩,୯୫,୧୯୨ ରହିଥିବା ବେଳେ ପାଖାପାଖି ୧,୬୦,୬୯୨ ଜଣ ପ୍ରାଣ ହରାଇଛନ୍ତି।ଆହୁରି ମଧ୍ୟ ସମସ୍ତ ୧,୧୨,୩୧,୬୫୦ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ