ରାଇରଙ୍ଗପୁରରେ ଭାରତ ବନ୍ଦ ମିଶ୍ରିତ ପ୍ରଭାବ

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଅଖିଳ ଭାରତ କିଷାନ ସଂଘ ତରଫରୁ ବନ୍ଦ ପାଳନ କରାଯାଇଥିଲା । ଏହାକୁ ବାମପନ୍ଥୀ ସଂଗଠନ, ଓ କଂଗ୍ରେସ ସମର୍ଥନ ଦେଇଥିଲା ।ବନ୍ଦ ଯୋଗୁଁ ଗାଡି ଚଳାଚଳ ବନ୍ଦ ଥିଲା । ସରକାର ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରିଥିବାରୁ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା । ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ , ବାଣିଜ୍ୟ ପ୍ରତିଷ୍ଠାନ , ବ୍ୟାଙ୍କ ଖୋଲାଥିଲା । ରାଇରଙ୍ଗପୁର ସଦର ମହକୁମାରେ କୌଣସି ଆନ୍ଦୋଳନକାରୀଙ୍କ ଦେଖା ମିଳି ନ ଥିବା ବେଳେ କେବଳ ସିମାନ୍ତ ତିରିଂରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କୃଷକ ସଂଗଠନ ପକ୍ଷରୁ ରାସ୍ତା ଅବରୋଧ କରୋଯାଇଥିଲା । ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହ ସଂପାଦକ କମ୍ରେଡ ତ୍ରିନାଥ ପାତ୍ରଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଇଥିଲା।କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ‌ଦ୍ୱାରା ଅଣାଯାଇଥିବା ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ, ପ୍ରାଇଭେଟ୍ ମଣ୍ଡି ଓ ଚୁକ୍ତି ଚାଷ ଆଇନ ବିରୋଧରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।ତଦସହ କୃଷି କୃଷକଙ୍କ ସୁରକ୍ଷା ସହ କୃଷି ଜାତୀୟ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିମନ୍ତେ ଆଇ ପ୍ରଣୟନ କରାଯିବାକୁ ଚାଷୀ ନେତାମାନେ ଦାବି କରିଥିଲେ ।ଏହ ଆନ୍ଦୋଳନରେ ଧନୁ ମାର୍ଣ୍ଡି,ଲଛମନ ମୁର୍ମୁ, ଦୁର୍ଗା ମୁର୍ମୁ, ସୁରାଇ ହାଁସଦା,ଚାନ୍ଦରାୟ ହାଁସଦା,ସୁଗଦା ସୋରେନ,କାହ୍ନାଇ ସୋରେନ,ସୁନ୍ଦର ମୋହନ ଓରାମ,ପାରାଉ ହାଁସଦା,ବାଣଜୁ ହେମ୍ବ୍ରମ,ସୁଗାଇ ହାଁସଦା,ସିତାରାମ ହାଁସଦା ଏବଂ ବହୁ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ ।ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ