ଆହତ ଅବସ୍ଥାରେ ଉଦ୍ଧାର ହରିଣର ମୃତ୍ୟୁ

ନିମାପଡା (ସନ୍ତୋଷ ଦାଶ): ଖାଦ୍ୟ ଅନ୍ୱେଷଣରେ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳରୁ ଜନ ବସତିକୁ ପଶି ଆସିଥିବା ଏକ ଅଣ୍ଡିରା ହରିଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଚିକିତ୍ସା ଚାଲିଥିବା ସମୟରେ ହରିଣଟିର ମୃତ୍ୟୁ ହୋଇଛି । ଆଜି
ଅପରାହ୍ନରେ ପ୍ରାୟ ୩ ବର୍ଷର ଅଣ୍ଡିରା ହରିଣଟି ଅସ୍ତରଙ୍ଗ ବନାଞ୍ଚଳ ଅନ୍ତର୍ଗତ ଡେରୁଣିଆ ବାସିସାହି ଗ୍ରାମ ଭିତରକୁ ଚାଲି ଆସିଥିଲା । ହରିଣଟିକୁ ଗାଁ ର ବୁଲା କୁକୁରମାନେ ଆକ୍ରମଣ କରିବାରୁ ସେ ପୋଖରୀ ମଧ୍ୟକୁ ଡେଇଁ ପଡ଼ିଥିଲା । ଉପସ୍ଥିତ ଗ୍ରାମବାସୀ ମାନେ ହରିଣଟିକୁ ଉଦ୍ଧାର କରି ଅସ୍ତରଙ୍ଗ ବନାଞ୍ଚଳ ଫରେଷ୍ଟର ସବିର କୁମାର ସାହୁଙ୍କୁ ସୂଚନା ଦେଇଥିଲେ । ଫରେଷ୍ଟର ଶ୍ରୀ ସାହୁ ଟିମ ସହ ବାଲିସାହି ଗ୍ରାମରେ ପହଞ୍ଚି ହରିଣଟିକୁ ନେଇ ଅସ୍ତରଙ୍ଗ ପଶୁ ଚିକିତ୍ସାଧୁକାରୀଙ୍କ ନିକଟରେ ଚିକିତ୍ସା କରାଉଥିବା ସମୟରେ ତାର ମୃତ୍ୟୁ ହୋଇଥିଲା । ହରିଣଟିର ମୃତ ଦେହ ବ୍ୟବଚ୍ଛେଦ କରାଯାଇ ଜାହାନିଆ ବିଟ ନିକଟରେ ପୋତି ଦିଆଯାଇଛି ।ଏଠାରେ ସୂଚନା ଯୋଗ୍ୟଯେ ଅସ୍ତରଙ୍ଗ ବନବିଭାଗର ଉଦାସୀନତା ଯୋଗୁଁ କାଠ ମାଫିଆ ମାନେ ଜଙ୍ଗଲ କାଟି କାଠ ଚୋରାଚାଲାଣ କରିବା ଯୋଗୁଁ ହରିଣ ତଥା ଅନ୍ୟାନ୍ୟ ଜଙ୍ଗଲୀ ପଶୁ ଗାଁ ମୁଁହା ହେଉଥିବା ସାଧାରଣରେ ଅଭିଯୋଗ ହେଉଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ