କୁଞ୍ଜୁରୀରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଆଦିବାସୀ ଅଧ୍ୟ୍ୟୁଷିତକୁଞ୍ଜୁରୀ ନିକଟସ୍ଥ୍ରମୁଣ୍ଡିଲା ପ୍ରାଥମିକବିଦ୍ୟାଳୟ ପରିସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗ ଏବଂ ଅଖିଳଭାରତୀୟ ଆର‌୍ୟୁର୍‌ବିଜ୍ଞାନ ପ୍ରତିଷ୍ଠାନ ଭୁବନେଶ୍ୱରର ସାମୁଦାୟିକ ଏବଂ ପାରିବାରିକ ସ୍ୱାସ୍ଥ୍ୟବିଭାଗର ମିଳିତ ଆନୁକୂଲ୍ୟରେ ବିଶ୍ୱ ଯକ୍ଷ୍ମାଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁଞ୍ଜୁରୀ ପଂଚାୟତର ଶତାଧିକ ଜନସାଧାରଣ, ଟି.ବି. ସର୍ଭାଇଭର, ଆଶାକର୍ମୀ, ଅଙ୍ଗନବାଡିକର୍ମୀ, ଏବଂ ଟାଙ୍ଗି ବ୍ଲକର ଟି.ବି. ଚମ୍ପିଆନ୍‌ମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ ସଂଯୋଜିକା ଦିପ୍ତିମୟୀଙ୍କ ସ୍ୱାଗତଭାଷଣ ପରେ ଡାକ୍ତର ସୁଧାଂଶୁ ଲେଙ୍କା, ଡାକ୍ତର ସୋମେନ୍ ଯକ୍ଷ୍ମା ଦିବସ ସଂପର୍କରେ ଆଲୋକପାତ କରିଥିଲେ । ଯକ୍ଷ୍ମା ଏକ ସାଧାରଣ ରୋଗ ଏବଂ ଏହାର ଚିକିତ୍ସା ସଂପୂର୍ଣ୍ଣ ସମ୍ଭବ ଏଣୁ ଯକ୍ଷ୍ମା ରୋଗିକୁ ଘୃଣା ନକରି ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ସହଯୋଗର ସମ୍ପାଦିକା ବିଜୟଲକ୍ଷ୍ମୀ ରାଉତରାୟ ଯକ୍ଷ୍ମାର ଲକ୍ଷଣ, ପ୍ରକାର ଭେଦ, ଚିହ୍ନଟ, ଚିକିତ୍ସା ଏବଂ ସରକାରଙ୍କ ତରଫରୁ ଥିବା ମାଗଣା ବ୍ୟବସ୍ଥା ସମ୍ପର୍କରେ ସୁଚନା ଦେଇଥିଲେ । ଟାଙ୍ଗିର ଅନତି ଦୂରରେ ଅବସ୍ଥିତ କିନ୍ତୁ ଅପହଁଚ ଏହି ଆଦିବାସୀ ବହୁଳ ଗ୍ରାମଟି ଏକ ଯକ୍ଷ୍ମା ପ୍ରବଣ ଅଂଚଳରେ ପରିଣତହୋଇଛି । ତାର କାରଣ ସମୟରେ ରୋଗ ଚିହ୍ନଟ ହେଉନାହିଁ ଏବଂ ଚିକିତ୍ସା ଅଧାରୁ ରୋଗୀମାନେ ଔଷଧ ସେବନ ବନ୍ଦ କରିଦେଉଛନ୍ତି । ଘଂଟା କଂଟା ଟିକ୍‌ ଟିକ୍ ପରି ସମୟ ସରିଯାଉଛି ବୋଲି ସୂଚନା ଦେଉଛି ତେଣୁ ଏହାହଁ ପ୍ରକୃଷ୍ଠ ସମୟ । ସରକାରୀ ଦେୟମୁକ୍ତ ଯକ୍ଷ୍ମାଚିହ୍ନଟ, ଚିକିତ୍ସାଏବଂ ନିକ୍ଷୟ ପୋଷଣ ଯୋଜନାରେ ମାସିକ ୫ଶହ ଟଙ୍କାର ପ୍ରୋତ୍ସାହନ ରାଶିସୁବିଧା ପାଇବା ନିମନ୍ତେ ସୂଚନା ଦେଇଥିଲେ । ଉପସ୍ଥିତ ଆବାଳ ବୃଦ୍ଧ ବନୀତା ଦେଶ ଜିତିବ ଯକ୍ଷ୍ମା ହାରିବ ଏବଂ ଟି.ବି. ମୁକ୍ତ ମୁଣ୍ଡିଲା ନାରା ଦେଇଥିଲେ । ଟି.ବି. ଚମ୍ପିଆନ୍‌ ବିଚିତ୍ର ଜେନା ଏବଂ ବୈଶାଖି ରାଉତରାୟ ସେମାନଙ୍କର ଅନୁଭୁତି ବାଂଟିଥିଲେ ଏବଂ ସମସ୍ତଙ୍କୁ ଅନୁରୋଧ କରିଥିଲେ ଟି.ବି. ବିରୁଦ୍ଧରେ ଚାଲିଥିବା ମହାସଂଗ୍ରାମରେ ସାମିଲହେବା ପାଇଁ । ଏମ୍‌ସତରଫରୁ ଡାକ୍ତର ଅରବିନ୍ଦ ଏବଂ ଡାକ୍ତର ଅଭିସେକ୍ ‌ମିଶ୍ର ଟି.ବି.ଚମ୍ପିଆନ୍‌ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସହଯୋଗ ଅନୁଷ୍ଠାନ ତରଫରୁ ଟିବି ରୋଗରେ ଚିକିତ୍ସା ହେଉଥିବା ବ୍ୟକ୍ତିମାନଙ୍କୁ ସେପୋଷକ ଆହାର ପ୍ୟାକେଟ୍‌ ବଂଟନ କରାଯାଇଥିଲା । ପରିଶେଷରେ ଏମ୍‌ସର ଡାକ୍ତର ମାନଙ୍କ ଦ୍ୱାରା ଏକ ବହୁବିଧ ସ୍ୱାସ୍ଥ୍ୟଶିବିର ଆୟୋଜନ କରାଯାଇ ଶତାଧିକ ଗ୍ରାମବାସୀଙ୍କୁ ଔଷଧ ଯୋଗାଇ ଦିଆଯାଇଥିଲା । ଗ୍ରାମବାସୀଙ୍କ ତରଫରୁ ମାଗଣା ଔଷଧ ସହିତ ଗରିବ ଶ୍ରେଣୀର ରୋଗୀମାନଙ୍କୁ ଚିକିତ୍ସା ସମୟରେ ପୋଷଣ ଆହାର ଯୋଗାଇଦେବା ନିମନ୍ତେ ଅନୁରୋଧ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ